ମୁମ୍ବଇ: ବଲିଉଡ଼ର ଲୋକପ୍ରିୟ ଅଭିନେତା ଜ୍ୟାକି ଶ୍ରଫ୍ ଶନିବାର(୧ ଫେବୃଆରୀ) ନିଜର ଜନ୍ମଦିନ ପାଳନ କରୁଛନ୍ତି। ଜ୍ୟାକିଙ୍କ ଜନ୍ମଦିନ ଅବସରରେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ପ୍ରଶଂସକମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଜ୍ୟାକି ଶ୍ରଫ୍ ଓ ରୋହିତ ଶେଟ୍ଟୀଙ୍କୁ ଦେଖିବାକୁ ମିଳିଛି। ଏହା ସହିତ ତାଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ରେ ଜ୍ୟାକିଙ୍କ ଏଣ୍ଟ୍ରି ନେଇ ସୂଚନା ଦେଇଛନ୍ତି।
https://www.instagram.com/p/B8ApIbPBtTl/?utm_source=ig_web_copy_link
ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ଜ୍ୟାକି ନଜର ଆସିବେ ବୋଲି ଜଣାପଡ଼ିଛି। ରୋହିତ ଶେୟାର କରିଥିବା ଫଟୋରେ ଜ୍ୟାକି ଏକ ଗାଡ଼ି ଉପରେ ବସିଥିବା ଦେଖିବାକୁ ମିଳିଛି। ଫଟୋରେ ସେ ଜବରଦସ୍ତ ଲୁକ୍ରେ ନଜର ଆସିଛନ୍ତି। ଏହା ବ୍ୟତୀତ ପ୍ରଶଂସକଙ୍କ ପାଇଁ ଆହୁରି ସର୍ପ୍ରାଇଜ୍ ବାକି ଅଛି ବୋଲି ରୋହିତ କହିଛନ୍ତି।



