www.samajalive.in
Tuesday, December 9, 2025
15.1 C
Bhubaneswar

ବଜେଟ: ସଡ଼କ ଓ ପରିବହନ କ୍ଷେତ୍ରକୁ ୧.୭୦ ଲକ୍ଷ କୋଟି, ୧୦୦ ବିମାନବନ୍ଦର ନିର୍ମାଣ ସାଙ୍ଗକୁ ୨୭ ହଜାର କି.ମି. ରେଳପଥ ହେବ ବିଦ୍ୟୁତୀକରଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଦେଶର ଭିତ୍ତିଭୂମି ସୁଦୃଢ଼ କରିବା ଲାଗି ବଜେଟରେ ବିଶେଷ ବ୍ୟବସ୍ଥା କରିଛନ୍ତି। ସଡ଼କ ଓ ପରିବହନ କ୍ଷେତ୍ର ପାଇଁ ବଜେଟରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହା ଅଧୀନରେ ଆଧୁନିକ ରେଳ ଷ୍ଟେଶନ, ବିମାନବନ୍ଦର, ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ। ଭିତ୍ତିଭୂମି କମ୍ପାନୀଗୁଡ଼ିକୁ ନିଜ ଷ୍ଟାର୍ଟଅପ୍‌ରେ ଯୁବଗୋଷ୍ଠୀଙ୍କୁ ଯୋଡ଼ିବା ଲାଗି ନିବେଦନ କରାଯିବ। ଦିଲ୍ଲୀ-ବମ୍ବେ ଏକ୍ସପ୍ରେସ ୱେ, ଚେନ୍ନାଇ-ବାଙ୍ଗାଲୁରୁ ଏକ୍ସପ୍ରେସ ୱେ ନିର୍ମାଣ ଶେଷ କରାଯିବ। ଦେଶରେ ୨୦୧୪ ସୁଦ୍ଧା ୧୦୦ ନୂଆ ବିମାନବନ୍ଦର ନିର୍ମାଣ ହେବ। ୨୭ ହଜାର କିଲୋମିଟର ରେଳପଥକୁ ବିଦ୍ୟୁତୀକରଣ କରାଯିବ। ତେଜସ ଟ୍ରେନ ସଂଖ୍ୟା ବୃଦ୍ଧି କରାଯିବ, ଯାହା ସିଧାସଳଖ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟନ୍ତ ଯାଇପାରିବ। ମୁମ୍ବଇ-ଅହମ୍ମଦାବାଦ ମଧ୍ୟରେ ବୁଲେଟ୍‌ ଟ୍ରେନ ଚଳାଚଳ ପାଇଁ କାର୍ଯ୍ୟକୁ ତ୍ଵରାନ୍ବିତ କରାଯିବ। ଜଳ ବିକାଶ ମାର୍ଗକୁ ଆସାମ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories