www.samajalive.in
Friday, December 12, 2025
14.1 C
Bhubaneswar

ଗୋଟିଏ ଅଣ୍ଡା ଦୈନିକ ଖାଇବା ହିତକାରୀ

ସୁସ୍ଥ ଜୀବନଶୈଳୀ ଅତିବାହିତ ନିମନ୍ତେ ନିଜ ଖାଦ୍ୟପାନୀୟ ପ୍ରତି ସତର୍କ ରହିବା ଉଚିତ। ଖାଦ୍ୟ ବିଶେଷଜ୍ଞ ନିୟମିତ ଭାବେ ପରାମର୍ଶ ଦେଇଥାନ୍ତି ପ୍ରୋଟିନ୍ ଭରପୂର ଅଣ୍ଡା ସମସ୍ତେ ଖାଇବା ସ୍ବାସ୍ଥ୍ୟ ନିମନ୍ତେ ହିତକାରୀ। କେତେଜଣଙ୍କ ଧାରଣା ଯେ ଅଣ୍ଡା ଖାଇଲେ ହୃଦ୍‌‌ରୋଗ ହେବାର ଆଶଙ୍କା ବଢ଼େ, କୋଲେଷ୍ଟୋରଲ୍ ସ୍ତର ମଧ୍ୟ ବୃଦ୍ଧି ପାଏ। ୧୮ ମାସ କାନାଡାର ବିଶେଷଜ୍ଞ ଦଳ ଅନୁଧ୍ୟାନ କରିବା ପରେ ପ୍ରକାଶ କରିଛନ୍ତି, ଅଧିକ ପରିମାଣରେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ବିପଦ। ପ୍ରତିଦିନ ସକାଳ ଜଳଖିଆରେ ଗୋଟିଏ ଅଣ୍ଡା ଖାଇଲେ ତାହା ଶରୀରକୁ ଶକ୍ତି ଯୋଗାଇବା ସହ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଗୋଟିଏରୁ ଅଧିକ ଅଣ୍ଡା ଖାଇଲେ ତାହାର କୁପ୍ରଭାବ ଅବଶ୍ୟ ପଡ଼ିଥାଏ। ପ୍ରତ୍ୟେକ ଖାଦ୍ୟ ଆବଶ୍ୟକ ପରିମାଣରେ ଖାଇଲେ ତାହାର କୁପ୍ରଭାବ ପଡ଼ିନଥାଏ ବୋଲି ସମସ୍ତେ ଅବଗତ। ଗୋଟିଏ ଅଣ୍ଡାରେ ୬ ଗ୍ରାମ୍ ପ୍ରୋଟିନ୍, ୫ ଗ୍ରାମ୍ ହେଲ୍‌୍ଦି ଫ୍ୟାଟ୍ ଥାଏ। ୫ହଜାର ଲୋକଙ୍କୁ ସାମିଲ କରି କାନାଡାର ଗବେଷକଦଳ କରିଥିବା ଗବେଷଣାରେ ଜଣାପଡ଼ିଥିଲା ଯେ, ୭୦% ଲୋକ ନିୟମିତ ଗୋଟିଏ ଲେଖାଏଁ ଅଣ୍ଡା ଖାଇବା ସତ୍ତ୍ବେ ସେମାନଙ୍କର କୋଲେଷ୍ଟୋରଲ୍ ସ୍ତର ବଢ଼ିନଥିଲା। ଅନ୍ୟ ୩୦% ବ୍ୟକ୍ତି ଦୈନିକ ୨-୩ଟି ଅଣ୍ଡା ଖାଇବା କାରଣରୁ ସେମାନଙ୍କର ବିଭିନ୍ନ ଶାରୀରିକ ଅସୁବିଧା ଉପୁଜିଥିଲା। ଏବେଠାରୁ ନିଜ ଡାଏଟ୍‌ ତାଲିକାରେ ଗୋଟିଏ ଅଣ୍ଡା ସାମିଲ କରି ଏକ ସୁସ୍ଥ ଜୀବନଶୈଳୀ ଅତିବାହିତ କରନ୍ତୁ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories