www.samajalive.in
Saturday, December 13, 2025
26.1 C
Bhubaneswar

ବେଆଇନ ବାଲି ଚାଲାଣ ରୋକିବାରୁ ତହସିଲଦାରଙ୍କୁ ଆକ୍ରମଣ

ଦ୍ୱାରଶୁଣି: ବିଳମ୍ବିତ ରାତିରେ ବେଆଇନ୍ ଭାବେ ଟ୍ରାକ୍ଟର ଯୋଗେ ହେଉଥିବା ବାଲି ଚାଲାଣ ଉପରେ ଚଢାଉ କରୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ସାରସକଣା ଭାରପ୍ରାପ୍ତ ତହସିଲଦାର ମହିନି କୁମାର ନାୟକଙ୍କ ଉପରେ ଆକ୍ରମଣ ହୋଇଛି। ସାରସକଣା ତହସିଲଦାର ମହିନି କୁମାର ନାଏକଙ୍କୁ ବୁଧବାର ରାତିରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ଝାରପୋଖରୀଆ ଥାନାରେ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି ଭାରପ୍ରାପ୍ତ ତହସିଲଦାର ସ୍ଥାନୀୟ ଏ.ଆର.ଆଇ.ମାନଙ୍କୁ ନେଇ OD11Q4662 ନମ୍ବର ବିଶିଷ୍ଟ ଧଳା ରଙ୍ଗର ସ୍କର୍ପିଓ ଗାଡ଼ିରେ ବାଲି ବୋଝେଇ ହୋଇ ଯାଉଥିବା ଟ୍ରାକ୍ଟରକୁ ପିଛା କରୁଥିବା ସମୟରେ, ତହସିଲଦାରଙ୍କ ଗାଡିକୁ ଦୁର୍ଘଟଣା କରାଇବା ଉଦ୍ଦେଶ୍ୟ ରଖି ପଳାଇ ଯାଉଥିବା ବେଳେ, ତହସିଲଦାର ପିଛାକରି ପାଣ୍ଡରା ଗ୍ରାମକୁ ପହଁଛିଥିଲେ। ତେବେ ତହସିଲଦାର ଘଟଣାସ୍ଥଳରୁ ଫେରିବା ସମୟରେ ଅଚାନକ ୭ରୁ ୮ଜଣ ଲୋକେ ଗାଡିକୁ ଅଟକାଇବା ସହ ଭଡାରେ ଆଣିଥିବା ସ୍କର୍ପିଓ ଗାଡିର ଆଗ କାଚ ଓ ଝରକା କାଚ ମାରି ଭାଙ୍ଗିବା ସହ ଡ୍ରାଇଭରକୁ ଆକ୍ରମଣ ଏବଂ ପରେ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ।

ଆକ୍ରମଣରେ ତହସିଲଦାରଙ୍କ ଗାଡି ଭାଙ୍ଗି ରୁଜି ଯାଇଥିବାବେଳେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ ଝାରପୋଖରିଆ ଥାନା ଏସାଆଇ ଏ.କେ. ଟୁଡୁ ଘଟଣା ସ୍ଥଳରେ ପହଁଚି ତହସିଲଦାରଙ୍କୁ ଉଦ୍ଧାର କରି ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇ ଥିଲେ। ଗୁରୁବାର ଥାନାରେ ଅଭିଯୋଗ ପରେ ପୋଲିସ ତରଫରୁ ୨୨/୨୦୨୦ କେସ ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ବୋଲି ଥାନା ଅଧିକାରୀ ସୁଦଶନ ଗାଁଗଇ ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories