www.samajalive.in
Saturday, December 13, 2025
26.1 C
Bhubaneswar

ଗୋପବନ୍ଧୁଙ୍କ ଜନ୍ମପୀଠରେ ଉଦଯାପିତ ହେଲା ସଦଭାବନା ଯାତ୍ରା

ସୁଆଣ୍ଡୋ: ମହାତ୍ମା ଗାନ୍ଧୀଙ୍କ ଶହେ ପଚାଶ ତମ ଜନ୍ମ ବାର୍ଷିକ ପାଳନ ଅବସରରେ ଝାରସୁଗୁଡ଼ାରୁ ବାହାରିଥିବା ସଦଭାବନା ଯାତ୍ରା ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋରେ ଗୁରୁବାର ଉଦଯାପିତ ହୋଇଛି। ଗତ ତେର ତାରିଖରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ଏହି ଅବସରରେ ପଣ୍ଡିତଜୀଙ୍କ ବାସଭବନ ସମ୍ମୁଖରେ ଆୟୋଜିତ ସମ୍ବର୍ଦ୍ଧନାରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧୀଜୀଙ୍କ ସତ୍ୟ ଶାନ୍ତି ଅହିଂସା ଓ ମାନବବାଦୀ କାର୍ୟ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବର୍ଷିୟାନ ସ୍ଵାଧୀନତା ସଂଗ୍ରାମୀ ନିଶାକର ଦାସ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଡଃ ବିଶ୍ଵଜିତ ପ୍ରଦୀପ୍ତ ଦାସ ଓ ବିଶ୍ଵନାଥ ପଟ୍ଟନାୟକ ପ୍ରମୁଖ ଗୋପବନ୍ଧୁ ଓ ଗାନ୍ଧିଜୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସହିତ ସରପଞ୍ଚ ସମିତି ସଭ୍ୟ ଶତାଧିକ ବରିଷ୍ଠ ନାଗରିକ ଉପସ୍ଥିତ ରହିଥିଲେ। ଯାତ୍ରୀ ଦଳ ଉତ୍ତରୀୟ ଫୁଲତୋଡା ଦେବା ସହିତ ବରିଷ୍ଠ ନାଗରିକଙ୍କୁ ବିଧାୟକ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଡେଲାଙ୍ଗ ବେରବୋଇ ଗାନ୍ଧୀ ଆଶ୍ରମଠାରୁ ଯାତ୍ରୀ ଦଳ କାଦୁଆ ଆଶ୍ରମ ପହଞ୍ଚି ଏକ ଆଲୋଚନା ସଭା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories