ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ପିପିଳିଆ ଘାଟି ମଙ୍ଗଳା ନିକଟରେ ଏକ ଟ୍ରକ ବାଇକକୁ ପଛରୁ ଧକ୍କା ଦେବାରୁ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଯୁବକ ଦୁଇ ଜଣ ହେଲେ ସଦର ଥାନା ବାରିଗାଁ ଗ୍ରାମର ରଞ୍ଜନ ନାଏକ ଓ ଘଷିପୁରା ଥାନା ଧକୋଠାର ଟାଙ୍ଗିରି ଗ୍ରାମର ମୁନା ନାଏକ। ସେମାନେ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ଗୁରୁବାର ସଂନ୍ଧ୍ୟା ସାଢ଼େ ୬ଟା ସମୟରେ ସେମାନଙ୍କ ବାଇକକୁ ପଛରୁ ଆସୁଥିବା ଏକ ୧୨ଚକିଆ ଟ୍ରକ ଧକ୍କା ଦେବା ସହ ବାଇକକୁ ଶହେ ମିଟରରୁ ଉର୍ଦ୍ଧ୍ବ ରାସ୍ତା ପର୍ୟ୍ୟନ୍ତ ଘୋଷାରି ନେଇଥିଲା। ଘଟଣା ସ୍ଥଳରେରେ ଟୋଲଗେଟ୍ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଆମ୍ବୁଲାନ୍ସ ନ ପହଞ୍ଚିବାରୁ ସ୍ଥାନୀୟ ଲୋକେ ଏକ ପିକ୍ଅପ୍ ଭ୍ୟାନରେ ଗୁରୁତର ଦୁଇ ଜଣକୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପଠାଇଛନ୍ତି।
Popular Categories



