www.samajalive.in
Friday, December 12, 2025
15.1 C
Bhubaneswar

ପାଣି ପିଇବାର ଆବଶ୍ୟକତା

ନିକଟରେ ମୁମ୍ବଇ ସରକାର ସେଠାକାର ସମସ୍ତ ବିଦ୍ୟାଳୟରେ ଏକ ସ୍ବତନ୍ତ୍ର ‘ୱାଟର୍ ବେଲ୍‌’ର ନିୟମ ଜାରି କରିଛି। ଏହି ୱାଟର୍ ବେଲ୍ ପଛର ରହସ୍ୟ ହେଲା ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦ୍ୟାଳୟ ପରିସରରେ ଏକ ବିଶେଷ ଘଣ୍ଟି ବଜାଗଲେ, ସେମାନେ ସେଇ ସମୟରେ ପାଣି ପିଇବେ। ପ୍ରଥମଥର ଭାରତର ଏକ ରାଜ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ସ୍ଥାନୀୟ ସରକାର ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ୟତକୁ ଲକ୍ଷ୍ୟରେ ରଖି ଏହି କାର୍ଯ୍ୟ କରିଥିବାର ପ୍ରକାଶ। କିଛି ମାସ ତଳେ ମୁମ୍ବଇର ୩୩ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସର୍ବେକ୍ଷଣ କରାଯାଇଥିଲା। ପାଠପଢ଼ା, ଖେଳକୁଦ ପ୍ରତି ଧ୍ୟାନଦିଆଯାଉଥିବାବେଳେ ପିଲାଙ୍କ ପାଣି ପିଇବା ବାବଦରେ ଅଭିଭାବକ ଆଦୌ ସଚେତନ ନୁହେଁ। ଯାହା କାରଣରୁ ବିଭିନ୍ନ ପ୍ରକାର ଜଳାଭାବ ରୋଗରେ ପିଲାମାନେ ଆକ୍ରାନ୍ତ ହେଉଛନ୍ତି ଓ ସେମାନଙ୍କ ଶାରୀରିକ ବିକାଶ ମଧ୍ୟ ଠିକ୍ ଭାବେ ହେଉନାହିଁ। ଶ୍ରେଣୀଗୃହରେ ଶିକ୍ଷକ, ଶିକ୍ଷୟିତ୍ରୀ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପାଣି ପିଇବା ସମ୍ପର୍କରେ ସଚେତନ କରାଇବେ। ଶରୀରରେ ଜଳସ୍ତର ଠିକ୍ ରହିଲେ ମନ ସ୍ଥିର ରହିବା ସହ ସ୍ମୃତି ଶକ୍ତି ବଢ଼େ ବୋଲି ବିଶେଷଜ୍ଞଙ୍କ ମତ।
• ୨୦୧୨ରେ ହୋଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ ୭୫ ବର୍ଷରୁ ଅଧିକ ବୟସ୍କ ଲୋକ ନିୟମିତ ଭାବେ ଠିକ୍‌ରେ ପାଣି ନ ପିଇବା କାରଣରୁ ହୃଦ୍‌ରୋଗରେ ଆକ୍ରାନ୍ତ ହେଉଛନ୍ତି। ଆବଶ୍ୟକ ପରିମାଣରେ ପାଣି ପିଇଲେ ମାନସିକ ଅସୁବିଧା ଉପୁଜେ ନାହିଁ, ଚିଡ଼ଚିଡ଼ା ଲାଗିନଥାଏ, ଏହା ସହ ହୃଦ୍‌ଯନ୍ତ୍ର ଓ ମସ୍ତିଷ୍କ ମଧ୍ୟ ସୁସ୍ଥ ରହେ। ଜଣେ ବ୍ୟକ୍ତି ଦିନକୁ ଅତିକମ୍‌ରେ ୭-୮ ଗିଲାସ ପାଣି ପିଇବା ଉଚିତ।
• ବିଶେଷଜ୍ଞଙ୍କ ମତରେ ଆପଣ ଯଦି ପାଣି ପିଇବାରେ ଅଭ୍ୟସ୍ତ ନୁହନ୍ତି, ଏଭଳି ପରିସ୍ଥିତିରେ ଲେମ୍ବୁ ପାଣି, କିମ୍ବା ପାଣିରେ କମଳା ରସ, ପୋଦିନା ରସ ପିଇଲେ ତାହା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories