www.samajalive.in
Friday, December 12, 2025
16.1 C
Bhubaneswar

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜମିଲା ପ୍ରଚାର : ଆପ୍ ଉପରେ ବର୍ଷିଲେ ଶାହା

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ଆମ୍‍ ଆଦମୀ ପାର୍ଟି ଉପରେ ପ୍ରବଳ ବର୍ଷିଛନ୍ତି। ଆପ୍ ଦେଶରେ ବିଭାଜନକାରୀ ଶକ୍ତିଗୁଡ଼ିକୁ ସମର୍ଥନ କରୁଥିବା ସେ ଅଭିଯୋଗ କରିଛନ୍ତି । ରିଠାଲାଠାରେ ଏକ ର‍୍ୟାଲିରେ ଉଦବୋଧନ ଦେଇ ଶ୍ରୀ ଶାହା ଜେଏନ୍‍ୟୁରେ ଭାରତ ବିରୋଧୀ ସ୍ଲୋଗାନ୍‍
ଦେଉଥିବା ଛାତ୍ରଛାତ୍ରୀମାନଙ୍କୁ ଜେରା କରିବାକୁ ଦିଲ୍ଲୀ ସରକାର ଅନୁମତି ଦେଇନଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଦିଲ୍ଲୀ ସରକାର ଗତ ବିଧାନସଭା ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତିମାନ ଦେଇଥିଲେ ସେଗୁଡ଼ିକ ପୂରଣ କରିନାହାନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କର ସମାଲୋଚନା କରି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍‍ ଭାରତ ଭଳି ଯୋଜନାକୁ ସେ ଦିଲ୍ଲୀରେ ଲାଗୁ କରିନଥିବାରୁ ମଧ୍ୟ ଶ୍ରୀ ଶାହା ତାଙ୍କୁ ସମାଲୋଚନା କରିଛନ୍ତି।
ଅନ୍ୟ ପକ୍ଷରେ ଆମ୍‍ ଆଦମୀ ପାର୍ଟି ଆବାହକ ଅରବିନ୍ଦ କେଜରିୱାଲ ଆଜି ବୱାନା ଓ ନରେଲାଠାରେ ଦୁଇଟି ରୋଡ୍‍ ଶୋ’ କରିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories