ଖୁଣ୍ଟାରେ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ପତାକା ଉତ୍ତୋଳନ କରି ମିଳିତ ପରେଡରେ ଅଭିବାଦନ ଗ୍ରହଣ ବିଧାୟକ ଭାସ୍କର ଚନ୍ଦ୍ର ମଢେଇ

ଖୁଣ୍ଟା : ଖୁଣ୍ଟା ମିନିଷ୍ଟାଡିୟମରେ ଗୋପବନ୍ଧୁ ନଗର ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏଥି ପୂର୍ବରୁ ମୁଖ୍ୟ ଅତିଥି ଶ୍ରୀ ମଢେଇଙ୍କୁ ଖୋଲା ଜିପରେ ନିଆଯାଇ ସମ୍ମାନ ପ୍ରଦର୍ଶନ  କରାଯାଇଥିଲା। ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ୱାରା ପ୍ରଣୀତ ଆଇନର ସୁରକ୍ଷା ଓ କାର୍ଯ୍ୟକାରୀତା ପାଇଁ କାର୍ଯ୍ୟପାଳିକା, ନ୍ୟୟପାଳିକା ରହିଥିବା ଥିବା ବେଳେ ସମ୍ବିଧାନକୁ ସମ୍ମାନ ଦେବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି ବିଧାୟକ ନିଜ ଉଦବୋଧନରେ କହିଥିଲେ। ନାଗରିକ ସଂଶୋଧନ ଆଇନ ସପକ୍ଷରେ ନିଜର ସଂକ୍ଷିପ୍ତ ବକ୍ତବ୍ୟ ରଖିଥିବା ବେଳେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ଦେଶରୁ ବିତାଡିତ କରାଯିବା ଉପରେ ଭାରତ ସରକାର ପଦକ୍ଷେପ ନେଉଥିବା ସେ କହିଥିଲେ।

ଆୟୋଜକ କମିଟିର ସଭାପତି ତଥା ବିଡିଓ ରବୀନ୍ଦ୍ର କୁମାର ମଲ୍ଲିକ ଓ ଖୁଣ୍ଟା ଆଇସି ସ୍ୱର୍ଣ୍ଣଲତା ମିଞ୍ଜ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ମିଳିତ ପରେଡ,ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ୧୩ ଗୋଟି ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ସମେତ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିବା ବ୍ଲକର ଅଧ୍ୟକ୍ଷ ସୁକେଶ୍ୱର ମଢେଇ,ଉପାଧ୍ୟକ୍ଷ ମାନସ ମହାରଣା ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଟ୍ରଫି ଓ ମାନ ପତ୍ର ପ୍ରଦାନ କରିଥିଲେ।

Comments are closed.