ପେଟ୍ରୋଲ, ଡିଜେଲ ଦର ୯ ପଇସା ଲେଖାଏଁ କମିଲା

0

ନୂଆଦିଲ୍ଲୀ : କ୍ରମାଗତ ୪ର୍ଥ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ଶନିବାର ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୯ପଇସା ଲେଖାଏଁ ହ୍ରାସ ପାଇଛି। ଏହି ଦର ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୭୮ଟଙ୍କା ୨୦ପଇସା ହୋଇଥିବାବେଳେ ଡିଜେଲ ଲିଟର ୬୯ଟଙ୍କା ୧୧ ପଇସାରେ ପହଞ୍ଚିଛି। ମେ ୩୦ ତାରିଖ ଠାରୁ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ହ୍ରାସ ପାଇଲାଣି। ଏହି ୪ଦିନରେ ଉଭୟ ତୈଳ ଦର ମୋଟ ୨୩ ପଇସା ଲେଖାଏଁ ହ୍ରାସ ପାଇଛି। ଏହା ପୂର୍ବରୁ କ୍ରମାଗତ ୧୬ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିଲା।

Leave A Reply