www.samajalive.in
Friday, December 12, 2025
14.1 C
Bhubaneswar

ଜୈବିକ ଚାଷ ପ୍ରତି କୃଷକ ଆଗ୍ରହୀ ହୁଅନ୍ତୁ: ରାଜ୍ୟପାଳ

ଭୁବନେଶ୍ବର : କୃଷି ଓ ଗୋପାଳନ ହେଉଛି ଆମ ଅର୍ଥନୀତି ଓ ସଂସ୍କୃତିର ଆଧାର। ଦେଶର ବିକାଶ ପାଇଁ କୃଷି ଓ କୃଷକର ବିକାଶ ହେବା ଜରୁରୀ। ଏହି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ବ ଦେବା ଉଚିତ। ଏହାକୁ ଗୁରୁତ୍ବ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନେଇଥିବା ଅନେକ ସକାରାତ୍ମକ ପଦକ୍ଷେପର ସୁଫଳ ଆଜି ଦେଖିବାକୁ ମିଳିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ଜନତା ମଇଦାନରେ ପାଞ୍ଚଦିନବ୍ୟାପୀ ଚାଲିଥିବା କୃଷି ଓଡ଼ିଶା-୨୦୨୦ର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଥିଲେ, ମଣିଷକୁ ଖାଦ୍ୟ ଯୋଗାଉଥିବା କୃଷକର ଆତ୍ମହତ୍ୟା ଚିନ୍ତାର ବିଷୟ। କୃଷକଟିଏ ଯେପରି ଚାପଗ୍ରସ୍ତ ନହୋଇ ଶାନ୍ତିରେ ରହିବ, ସେଥିପାଇଁ ସରକାର କାର୍ଯ୍ୟ କରନ୍ତୁ। ମନୁଷ୍ୟକୃତ କାରଣ ଯୋଗୁଁ ପଞ୍ଚଭୂତ ଆଜି ବ୍ୟାପକ ମାତ୍ରାରେ ପ୍ରଦୂଷିତ। ମଣିଷକୁ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ୁଛି। କୃଷି କ୍ଷେତ୍ର ମଧ୍ୟ ଏହା ଦ୍ବାରା ବେଶ୍ ପ୍ରଭାବିତ ହେଉଛି। ଏପରିସ୍ଥିତିରେ ପାରମ୍ପରିକ ଚାଷ ବ୍ୟତୀତ ଜୈବିକ କୃଷି ପଦ୍ଧତିକୁ ଗୁରୁତ୍ୱ ପ୍ରଦାନ କରିବା ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି।ଉତ୍ସବରେ ଅଧ୍ୟକ୍ଷତା କରି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ କହିଥିଲେ ଯେ କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ଉନ୍ନତ ଜ୍ଞାନକୌଶଳ ଓ କୃଷି ପଦ୍ଧତିର ବ୍ୟବହାର ଏବଂ ଫସଲର ବିବିଧତା ଆଣିବା ଆବଶ୍ୟକ। ଓଡ଼ିଶା ମିଲେଟ୍‌ ମିଶନରେ ମାଣ୍ଡିଆ ଚାଷର ସଫଳତା ସାରା ଭାରତ ପାଇଁ ଉଦାହରଣ ସୃଷ୍ଟି କରିଛି। ଉଚ୍ଚଶିକ୍ଷିତ ଯୁବବର୍ଗ ଚାଷ ଓ କୃଷି ଉଦ୍ୟୋଗ ପାଇଁ ଆଗ୍ରହ ପ୍ରକାଶ କରିବା ଶୁଭଙ୍କର। ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓୟୁଏଟି କୁଳପତି ଡ. ପବନ କୁମାର ଅଗ୍ରୱାଲ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ନିମନ୍ତେ ଅଧିକ ଖାଦ୍ୟଶସ୍ୟ ସହିତ ଅଧିକ ପୁଷ୍ଟିକର ଖାଦ୍ୟ ଉତ୍ପାଦନର ଆବଶ୍ୟକତା ଦୃଷ୍ଟିରୁ ଏଥିପ୍ରତି ରାଜ୍ୟ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି
ବୋଲି କହିଥିଲେ। କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ “କୃଷି ଓଡ଼ିଶା-୨୦୨୦’ କୃଷି କ୍ଷେତ୍ରରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିବା ସହିତ କୃଷକମାନଙ୍କ ପାଇଁ ନିଶ୍ଚିତ ଲାଭ ଦାୟକ ହେବ ବୋଲି କହିଥି​‌େ​‌ଲ। ଏହି ଅବସରରେ ରାଜ୍ୟର କୃଷି ଉତ୍ପାଦନ ସଂଗଠନମାନଙ୍କୁ ବିଶେଷ ସଫଳତା ପାଇଁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories