www.samajalive.in
Friday, December 12, 2025
14.1 C
Bhubaneswar

ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୧ଟି ପଦକୁ ମଞ୍ଜୁରି ଦିଆଯାଇଛି। ମୋ କଲେଜ ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ଏଥିରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ), ସରକାରୀ ସଂଯୋଜକ ତଥା ଓଏସଡ଼ି, କଲେଜ ସଂଯୋଜକ, ବିତ୍ତ ଅଧିକାରୀ, ଅଧ୍ୟକ୍ଷଙ୍କ ପିଏ, ପରାମର୍ଶଦାତା, ଅଫିସ ମ୍ୟାନେଜର, ଅଫିସ ସହକାରୀଙ୍କ ସମେତ ଅନ୍ୟ ତିନିଟି ପଦରେ ନିଯୁକ୍ତି ଦିଆଯିବ। ଏଥିନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ମୋ କଲେଜ ପରିଚାଳନା ଟିମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ପଦ ବିଜ୍ଞାପନ ଜରିଆରେ ପୂରଣ କରାଯିବା ପାଇଁ ସ୍ଥିର ହୋଇଛି। ଜଣେ ଅବସରପ୍ରାପ୍ତ ଓଏଏସ ଅଧିକାରୀଙ୍କୁ ଓଏସଡ଼ି, ଅବସରପ୍ରାପ୍ତ ଓଡ଼ିଶା ଶିକ୍ଷା ଅଧିକାରୀ(ଓଇଏସ)ଙ୍କୁ କଲେଜ ସଂଯୋଜକ, ଅବସରପ୍ରାପ୍ତ ଓଏଫଏସ/ଓଟାସ ଅଧିକାରୀଙ୍କୁ ବିତ୍ତ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ। ଓଏସଡ଼ି ପ୍ରଶାସନିକ ବିଭାଗ ଓ ସରକାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବେ ଏବଂ କଲେଜ ସଂଯୋଜକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ମଧ୍ୟରେ ସମନ୍ବୟ ରକ୍ଷା କରିବେ। ପରାମର୍ଶଦାତା ପଦ ବିଜ୍ଞାପନ ଜରିଆରେ ପୂରଣ କରାଯିବ ଏବଂ ସାମାଜିକ ଗଣମାଧ୍ୟମ, ପ୍ରକଳ୍ପ କାର୍ଯ୍ୟକାରିତା କ୍ଷେତ୍ରରେ ସମ୍ପୃକ୍ତ ଅଧିକାରୀ କାର୍ଯ୍ୟ କରିବେ। ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନ ନିମନ୍ତେ ୧୧ଟି ପଦ ପୂରଣ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏସବୁ ପଦ ପୂରଣ ପାଇଁ ଅର୍ଥ ବିଭାଗର ଅନୁମୋଦନ ମିଳିଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories