www.samajalive.in
Sunday, December 14, 2025
19.1 C
Bhubaneswar

ଜାଣନ୍ତୁ , ଗୃହର ଆଲମିରା ଆପଣଙ୍କ ଭାଗ୍ୟ ଉପରେ କି ପ୍ରଭାବ ପକାଏ

ଆଲମିରା ଏପରି ଏକ ଅପରିହାର୍ଯ୍ୟ ଜିନିଷ ଯାହା ପ୍ରତ୍ୟେକଙ୍କ ଘରେ ଥାଏ। ଏହି ଆଲମିରା ଆପଣଙ୍କ ଭାଗ୍ୟ ସହ ମଧ୍ୟ ଜଡ଼ିତ। ବାସ୍ତୁ ଶାସ୍ତ୍ରରେ ଗୃହରେ ଥିବା ଆଲମିରାର ବିଶେଷ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଶାସ୍ତ୍ରର ମାନ୍ୟତା ଅନୁଯାୟୀ, ଘରର ଆଲମିରା ସର୍ବଦା ବାସ୍ତୁ ଦୋଷରୁ ମୁକ୍ତ ହେବା ଆବଶ୍ୟକ। କାରଣ ଏହା ବ୍ୟକ୍ତିର ଭାଗ୍ୟ ସହ ଜଡ଼ିତ। ଜାଣନ୍ତୁ, ଆପଣ ଘରର ଆଲମିରା କିପରି ହେବା ଉଚିତ। ଏହାର ଆପଣଙ୍କ ଭାଗ୍ୟର କ’ଣ ସମ୍ବନ୍ଧ ରହିଛି….
ବସ୍ତ୍ର ରହୁଥିବା ଆଲମିରା –
ଏହା ମୁଖ୍ୟତଃ ଶୁକ୍ର ଗ୍ରହ ସହ ସମ୍ବନ୍ଧିତ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ଆଲମିରାକୁ ସର୍ବଦା ସଫାସୁତୁରା ଓ ସଠିକ ସ୍ଥାନରେ ରଖିବା ଉଚିତ। ବସ୍ତ୍ର ଗୁଡ଼ିକୁ ମଧ୍ୟ ସଜାଡ଼ି ଠିକ ଭାବେ ରଖିବା ଉଚିତ। ଲୁଗାପଟା ରହୁଥିବା ସ୍ଥାନରେ ଟଙ୍କା ପଇସା ଓ ସୁନାଗହଣା ରଖନ୍ତୁ ନାହିଁ। ଏହାକୁ ଆଲମିରାରେ ସ୍ୱତନ୍ତ୍ର ସ୍ଥାନରେ ରଖନ୍ତୁ। ଏପରି କରିବା ଦ୍ୱାରା ଧନବୃଦ୍ଧି ହେବା ସହ ଘରେ ସୁଖଶାନ୍ତିର ବାତାବରଣ ରହିଥାଏ।
ରୋଷେଇ ଘରର ଆଲମିରା –
ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ ଥିବା ଆଲମିରାର ସମ୍ବନ୍ଧ ସୂର୍ଯ୍ୟ ଗ୍ରହଙ୍କ ସହ ଜଡ଼ିତ। ସାଧାରଣ ଭାବେ ଏଥିରେ ରୋଷେଇ ସାମଗ୍ରୀ ସହ ବାସନକୁସନ ମଧ୍ୟ ରଖାଯାଏ। ଏହି ପ୍ରକାରର ଆଲମିରାକୁ ସମ୍ପୂର୍ଣ୍ଣ ବନ୍ଦ କରି ରଖିବା ଉଚିତ ନୁହେଁ। ଏହା ଅଶୁଭ ବୋଲି କୁହାଯାଏ। ଏତଦ ବ୍ୟତୀତ ମସଲା ଦ୍ରବ୍ୟ ଓ ଚାଉଳକୁ ଅଲଗା ଆଲମିରାରେ ରଖିବା ଉଚିତ। କାଚ ଓ ଧାତୁ ଜାତୀୟ ବସ୍ତୁକୁ ମଧ୍ୟ ଅଲଗା ରଖିବା ଦ୍ୱାରା ଶୁଭଫଳ ମିଳିଥାଏ ବୋଲି କୁହାଯାଏ। ଆଲମିରାକୁ ମାସକୁ ଥରେ ଭଲ ଭାବେ ସଫା କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଏପରି କରିବା ଦ୍ୱାରା ଗୃହରେ ଶାନ୍ତିର ବାତାବରଣ ରହିବା ସହ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories