www.samajalive.in
Monday, December 8, 2025
27.1 C
Bhubaneswar

ନ୍ୟୁଜିଲାଣ୍ଡକୁ ୬ୱିକେଟରେ ପରାସ୍ତ କଲା ଭାରତ

ଅକ୍‌ଲାଣ୍ଡ : ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡରେ ଭାରତ ଓ ନ୍ୟଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଖେଳାଯାଇଥିବା ପାଞ୍ଚଟିକିଆ ଟ୍ବେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଘରୋଇ ଦଳକୁ ୬ୱିକେଟରେ ପରାସ୍ତ  କରିଛି। ପ୍ରଥମେ ଟସ୍ ଜିତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରି ଭାରତ ପାଇଁ ରଖିଥିବା ୨୦୪ରନର ବିଜୟ ଲକ୍ଷ୍ୟକୁ ଟିମ ଇଣ୍ଡିଆ ମାତ୍ର ୪ୱିକେଟ ହରାଇ ୬ଟି ବଲ ବାକି ଥାଇ ହାସଲ କରିନେଇଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି।

ଭାରତ ବିଜୟରେ ଶ୍ରେୟସ୍ ଆୟରଙ୍କ ନିର୍ଣ୍ଣାୟକ ଭୂମିକା ରହିଛି। ସେ ମାତ୍ର ୨୭ ବଲରୁ ଅପରାଜିତ ୫୪ (୫ ଚୌକା, ୩ ଛକା) ରନର ବିସ୍ଫୋରକ ଇନିଂସ୍ ଖେଳିଛନ୍ତି।  ସେହିଭଳି ଓପନର କେଏଲ ରାହୁଲ ୫୬ (୨୭ ବଲ୍‌, ୪ ଚୌକା, ୩ ଛକା) ଏବଂ ଅଧିନାୟକ ବିରାଟ କୋହଲି ୪୫ ରନ କରିଥିଲେ।

- Advertisement -

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories