www.samajalive.in
Friday, December 12, 2025
27.1 C
Bhubaneswar

ରୋହିଙ୍ଗ୍ୟାମାନଙ୍କ ଗଣହତ୍ୟାକୁ ରୋକିବା ପାଇଁ ମ୍ୟାଁମାରକୁ ଆନ୍ତର୍ଜାତିକ ନ୍ୟାୟାଳୟର ନିର୍ଦ୍ଦେଶ

ହଗ୍ :  ରୋହିଙ୍ଗ୍ୟାମାନଙ୍କର ଗଣହତ୍ୟାକୁ ରୋକିବା ପାଇଁ ଜରୁରିକାଳୀନ ପଦକ୍ଷେପ ଗ୍ରହଣ କରିବାକୁ ଆନ୍ତର୍ଜାତିକ ନ୍ୟାୟାଳୟ ମ୍ୟାଁମାରକୁ ନିର୍ଦ୍ଦେଶ ଦେଇଛନ୍ତି। ଏ କ୍ଷେତ୍ରରେ ମ୍ୟାଁମାର ସରକାର କ’ଣ ପଦକ୍ଷେପ ଗ୍ରହଣ କରୁଛନ୍ତି ସେ ସଂକ୍ରାନ୍ତରେ ୪ ମାସ ମଧ୍ୟରେ ଜଣାଇବାକୁ ମଧ୍ୟ ଆନ୍ତର୍ଜାତିକ ନ୍ୟାୟାଳୟ ମ୍ୟାଁମାର ସରକାରକୁ କହିଛନ୍ତି। ଆନ୍ତର୍ଜାତିକ ନ୍ୟାୟାଳୟରେ ଏହି ମାମଲାର ବିଚାର ମନ୍ଥରଗତିରେ ଚାଲିଥିବା ଦୃଷ୍ଟିରୁ ପ୍ରତି ୬ ମାସରେ ଥରେ ଏ ସଂକ୍ରାନ୍ତରେ ରିପୋର୍ଟ କରିବାକୁ ମଧ୍ୟ କୋର୍ଟ କହିଛନ୍ତି। ଆନ୍ତର୍ଜାତିକ ନ୍ୟାୟାଳୟ ସଭାପତି ଜଜ୍‍ ଅବଦୁଲ କାୱି ଅହମ୍ମଦ ୟୁସୁଫ୍‍ କହିଛନ୍ତି, ମ୍ୟାଁମାରର ରୋହିଙ୍ଗ୍ୟାମାନେ ସବୁଠୁ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି ବୋଲି ଆନ୍ତର୍ଜାତିକ ନ୍ୟାୟାଳୟ ମତାମତ ଦେଉଛନ୍ତି।
କୋର୍ଟ କହିଛନ୍ତି, ରୋହିଙ୍ଗ୍ୟାମାନଙ୍କର ସୁରକ୍ଷା ପାଇଁ କୋର୍ଟଙ୍କୁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେବାକୁ ପଡ଼ିଥିଲା ଓ ମ୍ୟାଁମାରକୁ ଏହା ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏକ ଆଫ୍ରିକୀୟ ଦେଶ ଗାମ୍ବିଆ ପକ୍ଷରୁ ଆନ୍ତର୍ଜାତିକ ନ୍ୟାୟାଳୟଙ୍କର ଦୃଷ୍ଟି ଆକର୍ଷଣ କରାଯିବା ପରେ ଏହି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରାଯାଇଥିଲା। ମ୍ୟାଁମାରର କିଛି ସୈନ୍ୟ
ଦେଶର ସଂଖ୍ୟାଲଘୁ ରୋହିଙ୍ଗ୍ୟାମାନଙ୍କର ଗଣହତ୍ୟା କରିଥାଇ ପାରନ୍ତି ବୋଲି ସେଠାକାର ଏକ କମିଶନ ରିପୋର୍ଟ ଦେବାର ମାତ୍ର କିଛି ଦିନ ପରେ ଆନ୍ତର୍ଜାତିକ ନ୍ୟାୟାଳୟ ଏହି ରାୟ ଦେଇଛନ୍ତି। ୭ଲକ୍ଷ ୪୦ହଜାର ରୋହିଙ୍ଗ୍ୟା ଶରଣାର୍ଥୀ ବାଙ୍ଗଲାଦେଶକୁ ପଳାୟନ କରିବା ପରେ ସେମାନଙ୍କ ପ୍ରତି ବଳାତ୍କାର, ଜଳାପୋଡ଼ା ଓ ଗଣହତ୍ୟା ଭଳି ଘଟଣାମାନ ଘଟିଥିବାର
ଉଲ୍ଲେଖ କରି ଗାମ୍ବିଆ ଆନ୍ତର୍ଜାତିକ ନ୍ୟାୟାଳୟରେ ଆବେଦନ କରିଥିଲା। ଗାମ୍ବିଆର ଏହି ଆବେଦନକୁ ୫୭ ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ଇସଲାମିୟ ସହଯୋଗ ସଂଗଠନ ପକ୍ଷରୁ ଦୃଢ଼ ସମର୍ଥନ ପ୍ରଦାନ କରାଯାଇଥିଲା। କାନାଡ଼ା ଓ ନେଦରଲ୍ୟାଣ୍ଡସ୍‍ ଭଳି ଦେଶମାନେ ମଧ୍ୟ ଏହାକୁ ସମର୍ଥନ କରିଥିଲେ।

Hot this week

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

Related Articles

Popular Categories