www.samajalive.in
Friday, December 12, 2025
23.1 C
Bhubaneswar

ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ : ୧୮ ଜୁଆଡି ଗିରଫ, ୮ମୋଟରସାଇକେଲ ଜବତ

ଗୋପାଳପୁର : ଗୋଳନ୍ଥରା ପୁଲିସ ପକ୍ଷରୁ ଗୁରୁବାର ଅପରାହ୍ନରେ ଏକ ନାଟକିୟ ଢଙ୍ଗରେ ଦୀର୍ଘ ଦିନ ଧରି ରାଳବରେ ଚାଲୁ ରହିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୮ଜଣ ଜୁଆଡି ସହ ୮ଟି ମୋଟରସାଇକେଲ ଏବଂ ୩୭,୨୦୦ ଟଙ୍କା ଜବତ କରାଯାଇଛି। ଦୀର୍ଘଦିନ ଧରି କନିଷିର କେତେକ ଅସାମାଜିକ ଯୁବକ ସ୍ଥାନୀୟ ଅଞ୍ଚଳର କେତେକ ନେତା ଓ ସାମ୍ବାଦିକଙ୍କୁ ହାତ କରି ଦୁବପଲ୍ଲୀ ଗ୍ରାମର ଏକ ତୋଟାରେ ରୀତିମତି ଭାବେ ଜୁଆ ଆଡ୍ଡା ଚଳାଇ ଆସୁଥିଲେ। ଏହା ସହ ଏହି ଗ୍ୟାଙ୍ଗ ପକ୍ଷରୁ କେତେକ ଯୁବକକୁ ମଧ୍ୟ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ନିୟୋଜିତ କରାଯିବା ସହ ପୁଲିସର ଗତିବିଧି ଉପରେ ନଜର ରଖୁଥିଲେ। ଏହା ନେଇ ଗତ କିଛିଦିନ ତଳେ ଅଞ୍ଚଳର କେତେକ ଲୋକ ଥାନା ଆଇଆଇସି ବାବୁଲି ନାୟକଙ୍କୁ ଅଭିଯୋଗ ଜଣାଇଥିଲେ। ଏହା ପରେ ଆଇଆଇସି ଶ୍ରୀ ନାୟକଙ୍କ ପକ୍ଷରୁ ଏହି ଜୁଆ ଆଡ୍ଡା ନେଇ ସମସ୍ତ ତଥ୍ୟ ହାସଲ କରାଯାଇଥିଲା। ଆଜି ଅପରାହ୍ନରେ ଏହା ନେଇ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବା ସହ କେତେକ ବଛା ବଛା ପୁଲିସ ଷ୍ଟାଫଙ୍କୁ ନେଇ ଏକ ଟିମ୍ ଗଠନ ସହ କନିଷି ଛକରୁ ଏକ ଟାଟା ମ୍ୟାଜିକ ଗାଡ଼ି ଭଡ଼ାରେ ଅଣାଯାଇଥିଲା। ଏହା ପରେ ପୁଲିସ ଟିମ୍ ସାଧା ପୋଷାକ ପିନ୍ଧିବା ସହ ନିଜେ ଆଇଆଇସି ବାବୁଲି ନାୟକ ସାଧା ପୋଷାକରେ ଏହି ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲେ। ଯାହା ଫଳରେ ଜୁଆ ଆଡ୍ଡା ଚଳାଉଥିବା ଯୁବକ ସହ ୧୭ ଜଣ ଜୁଆଡିକୁ ପୁଲିସ ଗିରଫ କରିବାରେ ସଫଳ ହୋଇପାରିଥିଲା। ଗିରଫ ଜୁଆଡିମାନେ ବ୍ରହ୍ମପୁର ଗେଟ୍ ବଜାର କେନାଲ ସାହିର ହାଡୁ ବେହେରା (୩୦) ଓ ଚନ୍ଦନ ମହାନ୍ତି (୧୮) ଫୁଲଟାର ସୁକାନ୍ତ ଦାସ(୩୦), ହଳଦିଆ ପଦରର କବିରାଜ ସାହୁ(୫୭), ବ୍ରହ୍ମପୁର ଭେଙ୍କଟଶ୍ବର ସାହିର ଲିଙ୍ଗରାଜ ପଣ୍ଡା(୫୪), କନିଷି ଖଟେଇ କଲୋନୀ ର କୈଳାସ ଚନ୍ଦ୍ର ସେଠୀ (୪୩), ଚାନ୍ଦପୁରର କୃଷ୍ଣ ଦଳାଇ(୩୩), ରଗିପୁରର ଜୟସେନ ନାହକ(୨୮) ଓ ଭଗବାନ ଶତପଥୀ(୪୩), କନିଷି ହାଟ ର କାଳିଆ ସାମନ୍ତରାୟ(୨୫) ଓ ପ୍ରଦୀପ ଦଳବେହେରା(୨୭), ନିମଖଣ୍ଡିର କେ ପ୍ରଶାନ୍ତ ଦାସ(୨୬), ସିହଳା ରୋଡର ତ୍ରିଲୋଚନ ଜେନା(୪୫), ଆଙ୍କୁଲିର ବାଲାଜୀ ଦୋରା(୫୭), ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ରୋଡର ଅଜିତ କୁମାର ପାଣିଗ୍ରାହୀ(୨୭), ବି ନୂଆଗାଁର ତ୍ରୀନାଥ ଦାସ(୨୯), କୋଳିଥିଗାଁର ହରେକୃଷ୍ଣ ବେହେରା ପ୍ରମୁଖ ଗିରଫ କରାଯିବା ସହ ଏ ନେଇ ଥାନାରେ ୩୨/୨୦ରେ ଏକ ମାମଲା ରୁଜୁ କରାଯାଇଛି।

ସୂଚନାଯୋଗ୍ୟ ଯେ, ଘଟଣା ପରେ ଏହି ଜୁଆ ଆଡ୍ଡାରୁ ବଟି ପାଉଥିବା କେତେକ ପୁଲିସକୁ ଚାପ ପକାଇ ଗିରଫ କେତେକ ଜଣଙ୍କୁ ଛାଡିବା ପାଇଁ ଚାପ ପକାଇ ଥିଲେ ମଧ୍ୟ ପୁଲିସ ସମସ୍ତଙ୍କୁ ଗିରଫ କରିଥିବା ଜଣାପଡିଛି। ଏହି ଜୁଆ ଆଡ୍ଡା ଯୋଗୁଁ ଅଧିକାଂଶ ସମୟରେ ଅସାମାଜିକ ବ୍ୟକ୍ତିମାନେ ଉକ୍ତ ଅଞ୍ଚଳରେ ଏକଜୁଟ ହେବା ସହ ବିଭିନ୍ନ ଅସାମାଜିକ କାର୍ଯ୍ୟ କରିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ମଧ୍ୟ ଅଭିଯୋଗ ହେଉଛି।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories