www.samajalive.in
Sunday, December 7, 2025
26.1 C
Bhubaneswar

ସଂଘର୍ଷ ମୋ ଭିତରେ ଆତ୍ମ ବିଶ୍ୱାସ ଉତ୍ପନ୍ନ କରିଛି – ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ଆଜାଦ୍‍ ହିନ୍ଦ ଫୌଜ୍‍ର ଗଠନ କରି ଇଂରେଜ ମାନଙ୍କ ସହ କଡ଼ା ଟକ୍କର ଦେଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ୨୩ ଜାନୁଆରୀ ୧୮୯୭ ରେ ଓଡ଼ିଶାରେ କଟକ ସ୍ଥିତ ଓଡ଼ିଆ ବଜାରରେ ଏକ ବଙ୍ଗାଳୀ ପରିବାରରେ ହୋଇଥିଲା। ଭାରତର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ଵପୂର୍ଣ୍ଣ ଅବଦାନ ଦେଇଥିବା ନେତାଜୀଙ୍କ ସ୍ଳୋଗାନ ‘ତୁମେ ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି’ ସମସ୍ତ ଭାରତବାସୀ ତଥା ଯୁବପିଢିଙ୍କ ନିକଟରେ ବେଶ୍‌ ଆଦୃତି ଲାଭ କରିଥିଲା। ଲୋକଙ୍କ ମଧ୍ୟରେ ନେତାଜୀ ଭାରତର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଚିତ ଥିଲେ। ତାଙ୍କ ଦ୍ୱାରା ଦିଆଯାଇଥିବା ଜୟ ହିନ୍ଦ୍‍, ଜୟ ଭାରତ ସ୍ଲୋଗାନ ଭାରତର ରାଷ୍ଟ୍ରୀୟ ସ୍ଲୋଗାନ ହୋଇଗଲା। ଦେଶକୁ ସ୍ୱାଧୀନ କରିବା ପାଇଁ ତାଙ୍କର ବେଶ ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା। ମାତ୍ର ଆଜି ମଧ୍ୟ ତାଙ୍କ ମୃତ୍ୟୁ ଲୋକଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି। ଆଜି ତାଙ୍କ ଜୟନ୍ତୀ ଅବସରରେ ଜାଣନ୍ତୁ ତାଙ୍କର କେତେକ ଅମୂଲ୍ୟ ବିଚାର ………
– ମୋ ନିକଟରେ ଏକ ଲକ୍ଷ୍ୟ ଅଛି, ଯାହାକୁ ମତେ ଯେକୌଣସି ପରିସ୍ଥିତିରେ ମଧ୍ୟ ପୂରଣ କରିବାକୁ ହେବ। ମୋ ଜନ୍ମ ସେଥିପାଇଁ ହିଁ ହୋଇଛି। ମୁଁ ନୈତିକ ବିଚାର ଧାରାରେ ଭାସିଯିବାକୁ ଚାହେଁ ନାହିଁ।
– ନିଜ ଶକ୍ତିସାମର୍ଥ୍ୟ ଉପରେ ବିଶ୍ୱାସ ଓ ଭରସା କର। ମାତ୍ର ଅନ୍ୟର ଶକ୍ତି ତୁମ ପାଇଁ କ୍ଷତିକାରକ।
– ସବୁଠାରୁ ବଡ଼ ଅପରାଧ ହେଉଛି ଅନ୍ୟାୟ ସହିବା ଓ ଭୁଲ ଜାଣି ମଧ୍ୟ ସମର୍ଥନ କରିବା।
– ଅତୀତକୁ କେନ୍ଦ୍ର କରି ବିଚାର କଲେ କେବେ ମଧ୍ୟ ବାସ୍ତବିକ ପରିବର୍ତ୍ତନ ହାସଲ ହୋଇପାରେ ନାହିଁ।
– ଯଦି ଜୀବନରେ କୌଣସି ସଂଘର୍ଷ ନ ଥାଏ, ଭୟର ସାମ୍ନା କରିବାକୁ ନ ପଡ଼େ, ତେବେ ଜୀବନର ଅଧା ସ୍ୱାଦ ହିଁ ସମାପ୍ତ ହୋଇଯାଏ। ଆମର କାମ କେବଳ କର୍ତ୍ତବ୍ୟ କରିବା। ଫଳ ଦେବା କାର୍ଯ୍ୟ ଭଗବାନଙ୍କର।
– ସଂଘର୍ଷ ମତେ ମଣିଷ କରିଛି, ମୋ ଭିତରେ ଆତ୍ମ ବିଶ୍ୱାସ ଉତ୍ପନ କରିଛି, ଯାହା ମୋ ନିକଟରେ ପୂର୍ବରୁ ନ ଥିଲା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories