www.samajalive.in
Friday, December 12, 2025
15.1 C
Bhubaneswar

ବିଶ୍ୱାସ ଓ ସହଯୋଗରେ ଆଗକୁ ବଢିବ ଭାରତ – ଜେ.ପି.ନଡ୍ଡା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ନବ ନିର୍ବାଚିତ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଦଳୀୟ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ଦେଶ ବିଶ୍ୱାସ ଓ ସହଯୋଗରେ ଆଗକୁ ବଢିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ତିତିରେ ନଡ୍ଡା କହିଛନ୍ତି ଯେ ସେ ଦଳର ବରିଷ୍ଠ ସଦସ୍ୟଙ୍କ ସହ ବହୁ ବର୍ଷ ଧରି କାମ କରିବାର ସୁଯୋଗ ପାଇଛନ୍ତି। ବିଶେଷ ଭାବରେ ସେ ଅମିତ ଶାହାଙ୍କ ସହ କାମ କରିବାର ସୁଯୋଗ ପାଇଥିବା କଥା କହିବା ସହ ଦଳୀୟ ନେତୃତ୍ୱ ଓ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଦୃଢତାର ସହ କାର୍ଯ୍ୟ କରିବେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବକ୍ତବ୍ୟକୁ ଉଦ୍ଧାର କରି ନଡ୍ଡା କହିଛନ୍ତି, ଆମେ କେବଳ ଆମ ଚିନ୍ତାଧାରାରେ ଅଲଗା ନୁହଁ, ବରଂ ତାହାର ଫଳାଫଳକୁ ନେଇ ମଧ୍ୟ ଅଲଗା। ସେ କହିଛନ୍ତି ଯେ ତାଙ୍କ ଭଳି ଜଣେ ଗାଁରୁ ଆସିଥିବା ଜଣେ ସାଧାରଣ କର୍ମକର୍ତ୍ତାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ କରିବା କେବଳ ବିଜେପି ଭଳି ଦଳରେ ହୋଇଥାଏ। ଆମେ ଅଟକିବୁ ନାହିଁ, ଆଉ କିଛି ରାଜ୍ୟ ରହିଛି, ସେଠାରେ ମଧ୍ୟ ଆମେ ପହଂଚିବାକୁ ଚେଷ୍ଟା କରିବୁ। ବିଶ୍ୱର ସବୁଠାରୁ ବୃହତ ରାଜନୈତିକ ଦଳର କାର୍ଯ୍ୟ ସମ୍ଭାଳିବା ପାଇଁ ତାଙ୍କ ପ୍ରତି ବରିଷ୍ଠ ନେତୃବୃନ୍ଦ ବିଶ୍ୱାସ ରଖିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories