www.samajalive.in
Friday, December 12, 2025
16.1 C
Bhubaneswar

ପଛ ପକେଟରେ ମନିପର୍ସ ରଖୁଥିଲେ ସାବଧାନ!

ଧାରଣତଃ ଅଧିକାଂଶ ପରୁଷ ଜିନ୍ସ ହେଉ କିମ୍ବା ଟ୍ରାଉଜର୍ ପ୍ୟାଣ୍ଟର ପଛପକେଟରେ ମନିପର୍ସ ରଖିବାକୁ ଉଚିତ୍ ମଣନ୍ତି। ତେବେ ଚୋରଇ ଭୟରେ କେତେଜଣ ସାର୍ଟ ପକେଟରେ ଏବେ ମନିପର୍ସ ରଖୁଥିବାର ଦେଖାଯାଉଛି। ତେବେ ପ୍ୟାଣ୍ଟ ପଛପକେଟରେ ମନିପର୍ସ ରଖୁଥିବା ଲୋକେ ବେଳହୁଁ ସାବଧାନ ହେବା ଉଚିତ।

ୱାଟର ଲୁ’ ବିଶ୍ବବିଦ୍ୟାଳୟର ଗବେଷକଦଳ ବିଭିନ୍ନ ବର୍ଗର ୧୦ହଜାରରୁ ଅଧିକ ଲୋକଙ୍କୁ ନେଇ ଏକ ଗବେଷଣା ଆରମ୍ଭ କରିଥିଲେ। ଏହି ବର୍ଗର ଲୋକେ ନିଜ ମନିପର୍ସରେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ସହ ଟଙ୍କା ମଧ୍ୟ ରଖୁଥିଲେ। ପ୍ୟାଣ୍ଟ ପଛ ପକେଟରେ ଏହି ପର୍ସ ରଖି ସେମାନେ ଦୈନନ୍ଦିନ କାମ ମଧ୍ୟ କରନ୍ତି। ଏହି ପର୍ସ ରଖିବା କାରଣରୁ ଅଣ୍ଟା ହାଡ଼ ବିନ୍ଧା ସମସ୍ୟା କିଛିଦିନ ମଧ୍ୟରେ ଉପୁଜୁଥିବାର ଲକ୍ଷ୍ୟ କରାଗଲା।

- Advertisement -

ପ୍ରାୟ ୬-୯ ମାସ ପର୍ୟ୍ୟନ୍ତ ଏହି ଗବେଷଣା କରାଯାଇଥିଲା। ବିଭିନ୍ନ କାର୍ଡ ଓ ଟଙ୍କା ରଖିବା କାରଣରୁ ପର୍ସର ଆକାର ମୋଟା ହୋଇଥାଏ। ଏଣୁ ବସିବା ସମୟରେ ଶରୀରର ଅଣ୍ଟା ପାଖରେ ଚାପ ପଡ଼ିଥାଏ, ଯାହା ପରବର୍ତ୍ତୀ ସମୟରେ ଅଣ୍ଟା ବିନ୍ଧା ସମସ୍ୟାର କାରଣ ହୋଇଥାଏ ବୋଲି ଜଣାପଡ଼ିଛି।

ଦିଲ୍ଲୀର ନାମକରା ବିଶେଷଜ୍ଞ କୌଶଲ ମିଶ୍ର ମଧ୍ୟ ଏ ସଂକ୍ରାନ୍ତରେ ଲୋକଙ୍କୁ ଅବଗତ କରାଇଛନ୍ତି। ମନିପର୍ସ ପ୍ୟାଣ୍ଟ ପଛ ପକେଟରେ ରଖିଲେ ସେଭଳି କିଛି ଅସୁବିଧା ହୁଏନାହିଁ। ତେବେ ଏହାକୁ ରଖିବା ସହ ସେହିଭଳି ଭାବେ ବସି ଘଣ୍ଟାଘଣ୍ଟା କାମ କଲେ ହିଁ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ। ଏଣୁ ପୁରୁଷ ବର୍ଗ ଏବେଠାରୁ ସଚେତନ ହୋଇଯିବା ଜରୁରୀ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories