ସମ୍ବଲପୁର : ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅନ୍ତର୍ଗତ ବରାଇପାଲିରେ ସୋମବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କୁ ରବିବାର ବିଳମ୍ବିତ ରାତିରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସେ ଜଣେ ମାନସିକ ବିକାର ଗ୍ରସ୍ତ ଥିଲେ ବୋଲି ଜଣାପଡ଼ିଛି। ଆଜି ଏକ ଦୋକାନ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ଥାନାରେ ଏନେଇ ଏତଲା ରୁଜୁ ହୋଇଛି। ସୂଚନା ଯୋଗ୍ୟ, ଉକ୍ତ ମହିଳା ଜଣଙ୍କର ମାନସିକ ସ୍ଥିତି ଠିକ ନଥିବାରୁ ସେ ବାହାର ବୁଲୁଥିଲେ ଓ ୬ ଦିନ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଛି।
Popular Categories



