ବିଷ୍ଣୁଙ୍କ ବେକରୁ ବାହାରିଗଲା ଡ଼ାଳ

0

କଟକ: କଟକ ବଡ଼ ମେଡ଼ିକାଲର ଡ଼ାକ୍ତରମାନଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ବିଷ୍ଣୁଙ୍କ ଜୀବନ ପ୍ରତିଥିବା ବିପଦ ଟଳି ଯାଇଛି । ତଥାପି ୭୨ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଡ଼ାକ୍ତରମାନଙ୍କ ଅନୁଧ୍ୟାନରେ ରଖାଯାଇଛି । ହୃଦ୍‌ଶଲ୍ୟ ବିଭାଗର ଡ଼ାକ୍ତର ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଡ଼ାକ୍ତରୀ ଟିମ୍‌ ଦୀର୍ଘ ୪ଘଣ୍ଟାର ଅସ୍ତ୍ରୋପଚାର ପରେ ବିଷ୍ଣୁଙ୍କ ବେକରୁ ଡ଼ାଳଟିକୁ ବାହାର ପାରିଥିଲେ ।
ସୂଚନାନୁଯାୟୀ, କେନ୍ଦୁଝର ଘଟଗାଁ ଥାନା ଅନ୍ତର୍ଗତ ଡ଼ାଙ୍ଗରଡ଼ିହା ଗ୍ରାମର ବିଷ୍ଣୁ ଗୁରୁବାର ଦିନ ଜାମୁ କୋଳି ତୋଳିବାକୁ ଗଛରେ ଚଢ଼ିଥିବା ବେଳେ ଡ଼ାଳ ଭାଙ୍ଗି ଯିବାରୁ ତଳେ ପଡ଼ି ଯାଇଥିଲେ । ସେହି ସମୟରେ ଏକ ଡ଼ାଳ ତାଙ୍କ ପିଠି ପଟେ ପଶି ବେକ ପାଖରେ ବାହାରିଥିଲା । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ରାତି ୨ଟାରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

Leave A Reply