ନୂଆଦିଲ୍ଲୀ: ସୁପରଷ୍ଟାର ରଜନୀକାନ୍ତଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘କାଲା’ର ଟିଜର ରିଲିଜ୍ ହୋଇଛି। ଏହା ମାର୍ଚ୍ଚ ୧ରେ ମୁକ୍ତିଲାଭ କରିବାର ଥିଲା, ମାତ୍ର କାଞ୍ଚିପୀଠ ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀଙ୍କ ନିଧନ ପରେ ତାଙ୍କୁ ସମ୍ମାନ ଜଣାଇ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଥିଲା। ଶୁକ୍ରବାର ରିଲିଜ୍ ହୋଇଥିବା ଏହି ଟିଜର ଏଯାବତ୍ ୪୭ ଲକ୍ଷରୁ ଅଧିକ ଥର ଲୋକେ ଦେଖିଲେଣି। ଉଲ୍ଲେଖ ଯେ, କାଲା ଆସନ୍ତା ଏପ୍ରିଲ ୨୭ରେ ମୁକ୍ିଲାଭ କରିବ। ଏଥିରେ ରଜନୀକାନ୍ତ ଏକ ଡନ୍ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ତାମିଲ ଭାଷାରେ ଏହି ଫିଲ୍ମ ନିର୍ମାଣ କରାଯାଇଛି।
Popular Categories



