www.samajalive.in
Sunday, December 7, 2025
26.1 C
Bhubaneswar

ରିହାତି ନେଇ ଟଣା ଓଟରା – ଫ୍ଲିପ୍‍କାର୍ଟ ଓ ଆମାଜନ୍‍ ବିରୁଦ୍ଧରେ ହେବ ତଦନ୍ତ

ନୂଆଦିଲ୍ଲୀ: ଫ୍ଲିପ୍‍କାର୍ଟ ଓ ଆମାଜନ୍‍ ବିରୁଦ୍ଧରେ ବେଆଇନ ଭାବେ ରିହାତି ଦେବା କାର୍ଯ୍ୟକଳାପ ଅଭିଯୋଗ ଉପରେ ନିରପେକ୍ଷ ବାଣିଜ୍ୟ ନିୟନ୍ତ୍ରଣ ସଂସ୍ଥା ଅନ୍ତର୍ଗତ ଭାରତୀୟ ପ୍ରତିଯୋଗିତା କମିଶନ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି। ଫ୍ଲିପ୍‍କାର୍ଟ ଓ ଆମାଜନ ବହୁମାତ୍ରାରେ ରିହାତି ଦେଉଛନ୍ତି ଓ କିଛି ନିର୍ଦ୍ଦିଷ୍ଟ ବିକ୍ରେତାଙ୍କ ସହ ସେମାନଙ୍କର ବୁଝାମଣା ହୋଇଥିବାର ଅଭିଯୋଗ ରହିଛି। ଦିଲ୍ଲୀ ବ୍ୟାପାର ମହାସଂଘ ପକ୍ଷରୁ କରାଯାଇଥିବା ଅଭିଯୋଗ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଦିଲ୍ଲୀ ବ୍ୟାପାର ମହାସଂଘରେ ଏଭଳି ବ୍ୟବସାୟୀମାନେ ରହିଛନ୍ତି, ଯେଉଁମାନେ ସ୍ମାର୍ଟଫୋନ୍‍ ଓ ତତ୍‍ସମ୍ବନ୍ଧୀୟ ଯନ୍ତ୍ରପାତି ବିକ୍ରୟ କରିଥାନ୍ତି।

ଦିଲ୍ଲୀ ବ୍ୟାପାର ମହାସଂଘ ଫ୍ଲିପ୍‍କାର୍ଟ ଓ ଆମାଜନ ପ୍ରତିଯୋଗିତାକୁ ନଷ୍ଟ କଲାଭଳି ପଦକ୍ଷେପ ନେବା ସହ ଅନେକ ପ୍ରକାର ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ ହୋଇଛି। ସେହି ଦୁଇ ଅନ୍‍ଲାଇନ୍‍ ବ୍ୟବସାୟିକ ସଂସ୍ଥା ବେସରକାରୀ କମ୍ପାନିଗୁଡ଼ିକ ସହ ବୁଝାମଣା କରିଥିବା ମଧ୍ୟ ଅଭିଯୋଗ କରାଯାଇଛି। କମିଶନ କହିଛନ୍ତି, ପ୍ରତିଯୋଗିତା ଲୋପ କରିବା ଲକ୍ଷ୍ୟରେ ସେହି ଅନ୍‍ଲାଇନ୍‍ କମ୍ପାନିମାନେ ବିଭିନ୍ନ ପ୍ରକାରର ବେଆଇନ କାର୍ଯ୍ୟ କରିଛନ୍ତି କି ନାହିଁ, ତା’ର ତଦନ୍ତ ହେବା ଆବଶ୍ୟକ। ୬୦ ଦିନ ଭିତରେ ତଦନ୍ତ ଶେଷ କରି ରିପୋର୍ଟ ଦାଖଲ କରିବାକୁ ପ୍ରତିଯୋଗିତା କମିଶନ ଏହାର ମହାନିର୍ଦ୍ଦେଶକଙ୍କୁ କହିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories