ସୋନପୁର/ଭୁବନେଶ୍ୱର : ପୁଣି ଅସହ୍ୟ ଶୀତରେ ଥରିଲା ସୋନପୁର। ଏହାର ସର୍ବନିମ୍ନ ତାପମାତ୍ରା ୪.୮ ରହିଛି। ଏହାସହ ୧୦ ଡ଼ିଗ୍ରୀ ତଳେ ରାଜ୍ୟର ୧୩ଟି ସହରର ତାପମାତ୍ରା ରେକର୍ଡ଼ କରାଯାଇଛି। ଫୁଲବାଣୀ ୫ଂ, ଅନୁଗୁଳ ୬ଂ, ଟିଟିଲାଗଡ଼ ୬.୫ଂ, ଦାରିଙ୍ଗବାଡ଼ି ୭.୨ଂ, ଝାରସୁଗୁଡ଼ା ୮.୪, କେନ୍ଦୁଝର ୮.୮ଂ, କୋରାପୁଟ ୯ଂ, ବଲାଙ୍ଗୀର ୯ଂ, ସମ୍ବଲପୁର ୯ଂ, ଭବାନୀପାଟଣା ୯.୩ଂ, ସୁନ୍ଦରଗଡ଼ ୯.୫ଂ, ବାଲେଶ୍ୱର ୯.୮ଂ, କଟକ ୧୦.୨ଂ ଏବଂ ଭୁବନେଶ୍ୱର ୧୧.୩ଂ ଡ଼ିଗ୍ରୀ ବୋଲି ସୂଚନା ମିଳିଛି।



