www.samajalive.in
Thursday, December 11, 2025
14.1 C
Bhubaneswar

ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ ଭାଙ୍ଗିଲେ ଦୁର୍ବୃତ୍ତ

ନର୍ଲା: କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ୍‌ରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଶାଖା ଏଟିଏମ୍ କାଉଣ୍ଟର​‌ରେ ମେଶିନ ଭାଙ୍ଗି ଲୁଟ୍‌ ଉଦ୍ୟମ ହୋଇଛି। ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏହି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ରବିବାର ସକାଳେ ସ୍ଥାନୀୟ ଲୋକେ ଏଟିଏମ ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। ସକାଳ ସାଢ଼େ ୯ଟା ସୁଦ୍ଧା ଘଟଣାସ୍ଥଳରେ ନର୍ଲା ପୁଲିସ ପହଞ୍ଚି ନ ଥିବାବେଳେ କ’ଣ ଚୋରି ଓ କ୍ଷତି ହୋଇଛି ତାହା ଜଣା ପଡିନାହିଁ।

ସୂଚନାଯୋଗ୍ୟ, ନର୍ଲା ଅଞ୍ଚଳରେ ଏହା ନିତିଦିନିଆ ଘଟଣା ପାଲଟିଛି। ପୁଲିସ ପ୍ରଶାସନ ପ୍ରତି ଚୋର, ଡକାୟତ, ହତ୍ୟାକାରୀଙ୍କ ତିଳେମାତ୍ର ଭୟ ନାହିଁ, ଯାହା ପୁଲିସର ପାରିବା ପଣିଆ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ସାଧାରଣ ଲୋକେ ଧନ ଜୀବନକୁ ନେଇ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ଚୋରି, ଡକାୟତି ରୋକିବାରେ ପୁଲିସର ନିଷ୍କ୍ରିୟତାକୁ ସାଧାରଣରେ ନିନ୍ଦା କରାଯାଉଛି।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories