www.samajalive.in
Thursday, December 11, 2025
23.1 C
Bhubaneswar

ଛୁଟିରେ ଯାଇ ଆତଙ୍କବାଦୀଙ୍କ ସହ ବୁଲୁଥିଲେ ବରିଷ୍ଠ ପୁଲିସ ଅଧିକାରୀ, ୨ ଏକେ-୪୭ ସହ ବନ୍ଧା ହେଲେ

ଜାମ୍ମୁ: ଛୁଟିରେ ଯାଇ ଆତଙ୍କବାଦୀଙ୍କ ସହ ବୁଲୁଥିବା ଜଣେ ଡିଏସପିଙ୍କୁ ଜାମ୍ମୁ-କାଶ୍ମୀର ପୁଲିସ ଗିରଫ କରିଛି। ଏହି ଡିଏସପି ଜଣକ ହେଲେ ଦେବୀନ୍ଦର ସିଂ। ଗତ ଅଗଷ୍ଟ ୧୫ରେ ଦେବୀନ୍ଦରଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଶନିବାର ସେ ଦକ୍ଷିଣ କାଶ୍ମୀର ଅନ୍ତର୍ଗତ କୁଲଗାମ ଜିଲାର ମୀର୍‌ ବଜାର ଅଞ୍ଚଳରେ ଲଶ୍କର-ଏ-ତୋଇବା ଏବଂ ହିଜବୁଲ ମୁଜାହିଦ୍ଦିନର ୨ ଆତଙ୍କବାଦୀଙ୍କ ସହିତ କାର୍‌ରେ ଯାଉଥିବାବେଳେ ପୁଲିସ ତାଙ୍କୁ ଗିରଫ କରିଛି। ଏହା ସହିତ ୨ ଆତଙ୍କବାଦୀ ଲଶ୍କର କମାଣ୍ଡର ସଇଦ ନବୀଦ ମୁସ୍ତାକ ଓରଫ ନବୀଦ ବାବୁ ଏବଂ ହିଜବୁଲର ଅଲ୍‌ତାଫ ଆସିଫ ଦାର୍‌କୁ ବି ଗିରଫ କରାଯାଇଛି। କାର୍‌ରୁ ୨ଟି ଏକେ-୪୭ ଏବଂ କିଛି ହ୍ୟାଣ୍ଡ ଗ୍ରେନେଡ୍‌ ଜବତ ହୋଇଛି। ଗିରଫଦାରୀ ପରେ ଡିଏସପିଙ୍କ ଶ୍ରୀନଗରସ୍ଥିତ ବାସଭବନରେ ଚଢ଼ାଉ କରାଯାଇଥିଲା। ସେଠାରୁ ମଧ୍ୟ ଗୋଟିଏ ଏକେ-୪୭, ୨ଟି ବନ୍ଧୁକ ଏବଂ ୩ଟି ଗ୍ରେନେଡ୍‌ ମିଳିଛି।

ଡିଏସପି ଦେବୀନ୍ଦର ଶ୍ରୀନଗର ବିମାନବନ୍ଦରରେ ଆଣ୍ଟି ହାଇଜାକିଂ ସ୍କ୍ବାଡ୍‌ରେ ମୁତୟନ ଥିଲେ। ସେ ଜାମ୍ମୁ ଯିବା ଲାଗି ୪ ଦିନ ଛୁଟି ନେଇଥିଲେ। କିନ୍ତୁ ସେ ୨/୩ ଦିନ ଧରି ଆତଙ୍କବାଦୀଙ୍କ ସହିତ ବୁଲୁଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ପୁଲିସ ଚଢ଼ାଉ କରି ତାଙ୍କୁ କରିଥିଲା। ଗାଡ଼ିରେ ବସିଥିବା ୨ ଆତଙ୍କୀ ଏବଂ ଡିଏସପି ସମସ୍ତେ ପଗଡ଼ି ବାନ୍ଧିଥିଲେ। ଫଳରେ କାହାକୁ ଯେପରି କୌଣସି ସନ୍ଦେହ ହେବ ନାହିଁ। ଡିଏସପି ଏହି ଆତଙ୍କବାଦୀମାନଙ୍କୁ ଘାଟିରୁ ବାହାରକୁ ନେବା ଲାଗି ଯୋଜନା କରୁଥିଲେ ବୋଲି ଜଣାପଡ଼ିଛି।

- Advertisement -

ଉଲ୍ଲେଖଯୋଗ୍ୟ, ୨୦୦୧ ପାର୍ଲାମେଣ୍ଟ ଆକ୍ରମଣରେ ବି ଡିଏସପି ଦେବୀନ୍ଦର ସିଂହଙ୍କ ନାମ ସାମ୍ନାକୁ ଆସିଥିଲା। ଅଫଜଲ ଗୁରୁ ଜେଲରୁ ନିଜ ଓକିଲଙ୍କୁ ଲେଖିଥିବା ଚିଠିରେ ଦେବୀନ୍ଦର ସିଂହଙ୍କ ନାମ ନେଇଥିଲା। ୨୦୧୩ ଫେବୃୟାରୀ ୯ରେ ଅଫଜଲକୁ ଫାଶୀ ଦିଆଯିବା ପରେ ତା’ ପରିବାର ଲୋକେ ଏହି ଚିଠି ସମ୍ପର୍କରେ ପର୍ଦ୍ଦାଫାଶ କରିଥିଲେ।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories