ଥଣ୍ଡାପାଣି ପିଇବାରୁ ହୋଇଥାଏ ଏହି ଅସୁବିଧା

0

ଖରାର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକମାନେ ଖରାଦିନେ ଟିକେ ଆଶ୍ୱସ୍ତି ପାଇବା ପାଇଁ ଥଣ୍ଡାପାଣି ପିଇବାର ମଜା ନେଇଥାନ୍ତି। ମାତ୍ର ଏହି ଥଣ୍ଡାପାଣି ପିଇବା ଦ୍ୱାରା ଶରୀରରେ କି ପ୍ରକାର କ୍ଷତି ହୋଇଥାଏ ଆସନ୍ତୁୂ ଜାଣିବା।


ପେଟ ଖରାପ: ଥଣ୍ଡା ପିଇବା ଦ୍ୱାରା ପେଟ ଖରାପ ହୋଇଥାଏ। ଥଣ୍ଡାପାଣି ପିଇଲେ ଆମ ପାଚନ କ୍ରିୟାରେ ଅନେକ ସମସ୍ୟା ଦେଖାଯାଏ। ପେଟ ଦରଜ ମଧ୍ୟ ହୋଇଥାଏ।


ମୁଣ୍ଡ ବିନ୍ଧା: ଥଣ୍ଡାପାଣିର ତାପମାତ୍ରା ଓ ଆମ ଶରୀରର ତାପମାତ୍ରା ସବୁବେଳେ ଅଲଗା ହୋଇଥାଏ। ଥଣ୍ଡାପାଣି ପିଇବା ଦ୍ୱାରା ପାଣିର ତାପମାତ୍ରା ଆମ ମୁଣ୍ଡରେ ଥିବା ଶିରାକୁ ସିଧାସଳଖ ଯାଇଥାଏ। ହଠାତ୍‍ ଥଣ୍ଡାପାଣିର ତାପମାତ୍ରାକୁ ସହିବା କଷ୍ଟ ହୋଇଥାଏ ଯାହାର ସିଧାସଳଖ ପ୍ରଭାବରୁ ମୁଣ୍ଡାବିନ୍ଧା ହୋଇଥାଏ।


କୋଷ୍ଠକାଠିନ୍ୟ: ଘରର ତାପମାତ୍ରା ଅନୁସାରେ ପାଣି ପିଇଲେ କୋଷ୍ଠକାଠିନ୍ୟର ସମସ୍ୟା ଖୁବ୍‍ କମ ହୋଇଥାଏ। ଶରୀରର ତାପମାତ୍ରା ଠାରୁ ଅଧିକ ତାପମାତ୍ରାର ହୋଇଥାଏ ଥଣ୍ଡାପାଣି। ବାରମ୍ବାର ଥଣ୍ଡା ପାଣି ପିଇଲେ କୋଷ୍ଠକାଠିନ୍ୟର ସମସ୍ୟା ଦେଖାଦେଇଥାଏ।
ମୋଟାପଣ ବଢ଼ାଇବା: ଥଣ୍ଡାପାଣି ଆମ ଶରୀରରେ ମୋଟାପଣ ବଢ଼ାଇବାରେ ସାହାଯ୍ୟ କରିଥାଏ। ଥଣ୍ଡାପାଣି ପିଇବା ଦ୍ୱାରା ଶରୀରରେ ଚର୍ବି ବଢ଼ିଥାଏ। ଯଦି ପତଳା ହେବାକୁ ଚାହୁଁଛନ୍ତି ତେବେ ଥଣ୍ଡାପାଣି ପିଇବା କମେଇ ଦିଅନ୍ତୁ।

Leave A Reply