www.samajalive.in
Friday, December 12, 2025
15.1 C
Bhubaneswar

୭୮ରନରେ ବିଜୟ ସହ ସିରିଜ ହାତେଇଲା ଭାରତ

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଭାରତ ବିଜୟ ଲାଭ କରିଛି। ଏହାସହିତ ଭାରତ ତିନିଟିକିଆ ସିରିଜକୁ ୨-୦ରେ ହାତେଇ ନେଇଛି। ଆଜିର ମ୍ୟାଚରେ ଭାରତ ରଖିଥିବା ୨୦୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ପ୍ରାରମ୍ଭରୁ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖିନ ହୋଇଥିଲା। ଦଳ ସମ୍ପୂର୍ଣ୍ଣ ୨୦ଓଭର ଖେଳିବାକୁ ଅସମର୍ଥ ହୋଇଥିଲା। ତେବେ ଶ୍ରୀଲଙ୍କାର ସମ୍ପୂର୍ଣ୍ଣ ଟିମ୍ ମାତ୍ର ୧୫ଓଭର ପାଞ୍ଚଟି ବଲ ଖେଳି ୧୨୩ରନ କରି ଅଲ ଆଉଟ ହୋଇଯାଇଛି।

ଭାରତ ପକ୍ଷରୁ ବୁମ୍ରା ୨ ଓଭର ବୋଲିଂ କରି ୫ ରନ ଦେଇ ଗୋଟିଏ ୱିକେଟ ନେଇଛନ୍ତି। ସେହିଭଳି ଶ୍ରାଦୁଲ ଠାକୁର ୩ ଓଭରରେ ୧୯ ରନ ଦେଇ ଦୁଇଟି ୱିକେଟ, ସାଇନି ୨ ଓଭର ୫ଟି ବଲରେ ୨୮ ରନ ତିନୋଟି ୱିକେଟ ଏବଂ ୱାସିଙ୍ଗଟନ ସୁନ୍ଦର ୪ ଓଭର ୩୭ରନ ଦୁଇଟି ୱିକେଟ ନେଇଛନ୍ତି। ଦୁଇଟି ୱିକେଟ ରନ ଆଉଟ ଆକାରରେ ମିଳିଛି।

- Advertisement -

ଭାରତ ପକ୍ଷରୁ ରାହୁଲ୍ ସର୍ବାଧିକ ୫୪ (୩୬ ବଲ୍‌, ୫ ଚୌକା, ୧ ଛକା) ଓ ଧୱନ୍ ୫୨ (୩୬ ବଲ୍‌, ୭ ଚୌକା, ୧ ଛକା) ରନ୍ କରିଥିଲେ।

ଶ୍ରାଦୁଲ ଠାକୁରଙ୍କ ଜବରଦସ୍ତ ବୋଲିଂ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଛି। ସେହିଭଳି ସିରିଜରେ ଜବରଦସ୍ତ ବୋଲିଂ ପାଇଁ ନବଦୀପ ସାଇନଙ୍କୁ ମ୍ୟାନ ଅଫ ଦି ସିରିଜ ବିବେଚିତ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories