ସିଙ୍ଗାପୁର ଏୟାରଲାଇନ୍‍ସର ୧୯ ଘଣ୍ଟିଆ ନନ୍‍ଷ୍ଟପ୍‍ ସେବା

0

ନୂଆଦିଲ୍ଲୀ: ସିଙ୍ଗପୁର ଏୟାରଲାଇନ୍ସ ଖୁବ୍‍ଶୀଘ୍ର ୧୯ ଘଣ୍ଟିଆ ନନ୍‍ଷ୍ଟପ୍‍ ବିମାନ ଯାତ୍ରା ସେବା ଯୋଗାଇଦେବ। ସିଙ୍ଗାପୁରରୁ ନ୍ୟୁୟର୍କ ମଧ୍ୟରେ ୧୬,୭୦୦ କିମି ଚଳାଚଳ କରିବାକୁ ଥିବା ଏହି ବିମାନ ସେବା ବିଶ୍ୱର ସବୁଠାରୁ ଦୀର୍ଘକାଳୀନ ନନ୍‍ଷ୍ଟପ୍‍ ଯାତ୍ରାର ମାନ୍ୟତା ପାଇବାକୁ ଯାଉଛି। ୨୦୧୮, ଅକ୍ଟୋବର ୧୧ ତାରିଖରୁ ଏହି ନୂଆ ସେବା ଆରମ୍ଭ ହେବ ବୋଲି ସିଙ୍ଗାପୁର ଏୟାରଲାଇନ୍ସ ତରଫରୁ ସୂଚନା ମିଳିଛି। ପ୍ରାଥମିକ ପର୍ଯ୍ୟାୟରେ ସପ୍ତାହକୁ ତିନି ଥର ଓ ପରବର୍ତ୍ତୀ ପର୍ଯ୍ୟାୟରେ ଦୈନିକ ଏହି ବିମାନ ସେବା ଉପଲବ୍ଧ ହେବ। ଏଥିରେ ବିଜିନେସ୍‍ କ୍ଲାସ୍‍ରେ ୬୭ ଓ ପ୍ରିମିୟମ୍‍ ଇକୋନମି କ୍ଲାସ୍‍ରେ ୯୪ ଜଣ ଯାତ୍ରୀ ଯାତ୍ରା କରିପାରିବେ।

Leave A Reply