www.samajalive.in
Saturday, December 6, 2025
23.1 C
Bhubaneswar

ତ୍ୱଚାର ସୁନ୍ଦରତା ପାଇଁ ହଳଦୀର ଏପରି ବ୍ୟବହାର ଜାଣିଛନ୍ତି କି ?

ତ୍ୱଚାକୁ ଗୋରା ରଙ୍ଗ କରିବା ପାଇଁ ସଭିଏଁ ଦାମୀ କ୍ରିମର ବ୍ୟବହାର କରିବା ସହ ଅନ୍ୟାନ୍ୟ ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥାଆନ୍ତି। ମାତ୍ର ରୋଷେଇ ଘରେ ଥିବା କେତେକ ଦ୍ରବ୍ୟ ମୁହଁ ରଙ୍ଗ ଗୋରା ପାଇଁ ଖୁବ ସହାୟକ ହୋଇଥାଏ। ସେଭଳି କିଛି ଜିନିଷ ମଧ୍ୟରୁ ଗୋଟିଏ ହେଉଛି ହଳଦୀ। ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଅଲ ତତ୍ତ୍ୱ ତ୍ୱଚାର ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ। ଜାଣନ୍ତୁ ତ୍ୱଚା ପାଇଁ କିଭଳି କରିବେ ହଳଦୀର ବ୍ୟବହାର …..
୧ – ଏକ ଚାମଚ ମହୁରେ ଏକ ଚାମଚ ବେସନ, ଅଳ୍ପ ହଳଦୀ, ଅଳ୍ପ ଅଲିଭ ଅଏଲ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖି ଦିଅନ୍ତୁ। ୨୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ। ଏହା ମୁହଁକୁ ଖୁବ ଉଜ୍ଜ୍ୱଳ ଓ ସୁନ୍ଦର କରିଥାଏ। ସପ୍ତାହକୁ ୩ ରୁ ୪ ଥର ଏହାକୁ ବ୍ୟବହାର କରିବା ଦ୍ୱାରା ତ୍ୱଚାର ସମସ୍ତ ଦାଗ ଦୂର ହୋଇଥାଏ।
୨ – କ୍ଷୀରରେ ଅଧ ଚାମଚ ହଳଦୀ ଓ ଅଳ୍ପ କିଛି ଲେମ୍ବୁ ରସ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୨୦ ମିନିଟ ଏହାକୁ ମୁହଁରେ ଲଗାଇ ମୁହଁ ଧୋଇ ଦିଅନ୍ତୁ। ନିୟମିତ ଏକ ମାସ ଏହାକୁ ଲଗାଇଲେ, ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।
୩ – କାକୁଡ଼ିର ରସରେ, ଲେମ୍ବୁ ରସକୁ ସମାନ ମାତ୍ରାରେ ମିଶାନ୍ତୁ। ଏହାପରେ ଏଥିରେ ହଳଦୀ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ନିୟମିତ ରାତିରେ ଶୋଇବା ପୂର୍ବରୁ ଏହାକୁ ଲଗାଇ ଶୁଖିବାଯାଏ ରଖନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ।
୪ – ହଳଦୀରେ ଚନ୍ଦନ ଗୁଣ୍ଡ , ସାମାନ୍ୟ ଗୋଲାପ ଜଳ ମିଶାଇ ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ମୁହଁ ଧୋଇ ଦିଅନ୍ତୁ। ଏହା ତ୍ୱଚା ପାଇଁ ବେଶ ହିତକାରକ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories