www.samajalive.in
Friday, December 12, 2025
15.1 C
Bhubaneswar

ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ଣ୍ଣ କ୍ଷମତା ପ୍ରୟୋଗ କରିପାରିବେନି ଟ୍ରମ୍ପ, ଆମେରିକା ସଦନରେ ପ୍ରସ୍ତାବ ପାରିତ

ୱାଶିଂଟନ: ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପୂର୍ଣ୍ଣ କ୍ଷମତା ପ୍ରୟୋଗ କରିପାରିବେ ନାହିଁ। ଯୁଦ୍ଧ କ୍ଷମତା ସମ୍ପର୍କିତ ଏକ ପ୍ରସ୍ତାବ ଆମେରିକା ସଦନରେ ପାରିତ ହେବା ପରେ ଟ୍ରମ୍ପଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପ୍ରସ୍ତାବ ପାରିତ ହେବା ପରେ ଟ୍ରମ୍ପଙ୍କ କ୍ଷମତା ସୀମିତ ହୋଇଯାଇଛି।

ସୂଚନା ଅନୁସାରେ, ଆମେରିକା ସଦନରେ ୨୨୪-୧୯୪ ମତରେ ଏହି ପ୍ରସ୍ତାବ ପାରିତ ହୋଇଛି। ଏହାକୁ କଂଗ୍ରେସର ଏଲିଜା ସ୍ଲଣ୍ଟକିନ୍‌ ଏହି ପ୍ରସ୍ତାବ ଆଗତ କରିଥିଲେ। ଏହା ପୂର୍ବରୁ ସ୍ଲଣ୍ଟକିନ ଶିୟା ମିଲିଶିୟାରେ ସ୍ବତନ୍ତ୍ର ସିଆଇଏ ବିଶ୍ଳେଷକ ଭାବେ କାମ କରିଛନ୍ତି। ଏହା ସହିତ ସେ ଅନ୍ତର୍ଜାତୀୟ ସୁରକ୍ଷା ବ୍ୟାପାରରେ କାର୍ଯ୍ୟକାରୀ ସୁରକ୍ଷା ସହାୟକ ସଚିବ ବି ରହିଥିଲେ।

- Advertisement -

ସୂଚନାଯୋଗ୍ୟ, ଇରାନ ପକ୍ଷରୁ ଇରାକରେ ଆମେରିକା ସେନାର ୨ଟି ଘାଟି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରାଯିବାର ଦିନକ ପରେ ଏହି ପ୍ରସ୍ତାବ ଆଗତ ହୋଇଛି। ଇରାନ ଏହାର କମାଣ୍ଡର ଜେନେରାଲ କାସିମ ସୋଲେମାନିଙ୍କ ହତ୍ୟାର ପ୍ରତିଶୋଧ ନେବା ଲାଗି ଏହି ଆକ୍ରମଣ କରିଥିଲା। ଅନ୍ୟପଟେ ପୂର୍ବରୁ ଆମେରିକା ସଦନର ବାଚସ୍ପତି ନ୍ୟାନ୍ସି ପେଲୋସୀ ଟ୍ବିଟ୍‌ କରି ସୋଲେମାନିଙ୍କ ହତ୍ୟା ପାଇଁ କରାଯାଇଥିବା ଏୟାର ଷ୍ଟ୍ରାଇକ୍‌କୁ ଉତ୍ତେଜକ ଏବଂ ଅସଙ୍ଗତ ବୋଲି ଦର୍ଶାଇଥିଲେ। କଂଗ୍ରେସ ସହିତ ଆଲୋଚନା ନ କରି ଏୟାର ଷ୍ଟ୍ରାଇକ୍‌ କରାଯିବାର ନିଷ୍ପତ୍ତି ନିଆଯାଇଥିଲା, ଯେଉଁଥିପାଇଁ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ବୋଲି ସେ ଉଲ୍ଲେଖ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories