www.samajalive.in
Wednesday, December 10, 2025
23.1 C
Bhubaneswar

ଯୁବ ଦିବସ-୨୦୨୦ : ଯେବେ ବିଶ୍ବ ଧର୍ମ ସମ୍ମିଳନୀରେ ସ୍ବାମୀ ବିବେକାନନ୍ଦ ଦେଇଥିଲେ ଐତିହାସିକ ଭାଷଣ

ସମାଜ ଲାଇଭ ବ୍ୟୁରୋ(ରାଜେଶ ଚନ୍ଦ୍ର ବେହେରା) : ଜଗତଗୁରୁ ସ୍ବାମୀ ବିବେକାନନ୍ଦଙ୍କର ଜନ୍ମ ତିଥି ଜାନୁଆରୀ ୧୨କୁ ପ୍ରତିବର୍ଷ ଆମ ଦେଶରେ ‘ଜାତୀୟ ଯୁବ ଦିବସ’ ଭାବେ ପାଳନ କରାଯାଉଛି। ଏହି ପବିତ୍ର ଦିନକୁ ୧୯୮୫ ମସିହାଠାରୁ ‘ଜାତୀୟ ଯୁବ ଦିବସ’ ଭାବେ ପାଳନ କରାଯାଆସୁଅଛି। ସ୍ବାମିଜୀ ଥିଲେ ମାନବର ମିତ୍ର । ସେ ଥିଲେ ଜଣେ ପୂର୍ଣ୍ଣାଙ୍ଗ ପୁରୁଷ। ମଣିଷଙ୍କ ମଧ୍ୟରେ ‘ଅତି ମାନବ’। ମାନବ ସମାଜର ସେବା, ନୈତିକ ଓ ଆଧ୍ୟାତ୍ମିକ ଉନ୍ନତି ବିଧାନ କାର୍ଯ୍ୟରେ ତାଙ୍କ ଜୀବନ ଉତ୍ସର୍ଗୀକୃତ ଥିଲା। ସ୍ବାମିଜୀଙ୍କ ପ୍ରଣୀତ ‘ବର୍ତ୍ତମାନର ଭାରତ’ ‘ପରିବ୍ରାଜକ’, ‘ଭାବିବାର କଥା’, ‘ପ୍ରାଚ୍ୟ ଓ ପାଶ୍ଚାତ୍ୟ’, ବେଦାନ୍ତ, ଯୋଗ ଇତ୍ୟାଦିର ଅନେକ ପୁସ୍ତକ ବିଶ୍ବବାସୀଙ୍କୁ ପ୍ରେରଣା ଯୋଗାଇଛି। ଏପରିକି ଜାତିର ପିତା ମହାତ୍ମା ଗାନ୍ଧୀ ମଧ୍ୟ ସ୍ବାମିଜୀଙ୍କ ଜିବନୀ ପୁସ୍ତକ ପଢି ଉତ୍ସାହିତ ହୋଇଥିବା କୁହାଯାଏ।

ସ୍ବାମିଜୀ ଯୁବ ଗୋଷ୍ଠୀଙ୍କୁ ବହୁତ ଭଲପାଉଥିଲେ। ଯୁବ ଗୋଷ୍ଠୀଙ୍କ ଦ୍ବାରା ଦେଶର ସର୍ବାଙ୍ଗୀର୍ଣ୍ଣ ଉନ୍ନତି ସମ୍ଭବ ବୋଲି ସେ ବିଶ୍ବାସ କରୁଥିଲେ। ତାଙ୍କ ଆଦର୍ଶରେ ଯୁବଗୋଷ୍ଠୀ ଅନୁପ୍ରାଣିତ ହୋଇ ଶ୍ରେଷ୍ଠ, ସୁନ୍ଦର ଓ ମହାନ ଦେଶ ଗଠନ କରିପାରିବେ ବୋଲି ତାଙ୍କ ଜନ୍ମ ତିଥିକୁ ଦେଶବାସୀ ‘ଯୁବ ଦିବସ’ ଭାବେ ପାଳନ କରୁଛନ୍ତି।

- Advertisement -

୧୮୯୩ମସିହାରେ ଆମେରିକାର ସିକାଗୋରେ ଅନୁଷ୍ଠିତ ହୋଇଥିବା ବିଶ୍ବ ଧର୍ମ ସମ୍ମିଳନୀରେ ସ୍ବାମୀ ବିବେକାନନ୍ଦଙ୍କର ସେହି ଐତିହାସିକ ଭାଷଣ ଆଜି ବି ବିଶ୍ବବାସୀଙ୍କ ମନରେ ସ୍ମରଣୀୟ ହୋଇ ରହିଛି। ଆଜି ମଧ୍ୟ ସ୍ବାମିଜୀଙ୍କର ସେହି ଐତିହାସିକ ଭାଷଣର ଚଚ୍ଚା ସାରା ବିଶ୍ବରେ ହେଉଛି।

ଯେତେବେଳେ ସ୍ବାମିଜୀ ତାଙ୍କ ଭାଷଣର ଆରମ୍ଭ, “ମୋର ଆମେରିକାର ପ୍ରିୟ ଭାଇ ଓ ଭଉଣୀମାନେ”ରୁ କରିଥିଲେ। ସେତେବେଳେ ସଭାଗୃହ କରତାଳିରେ ଫାଟି ପଡ଼ିଥିଲା। ପ୍ରାୟ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଗୃହରେ ତାଳି ମାଡ଼ ହୋଇଥିଲା। ଏହି ସମ୍ମିଳନୀରେ ସେ ହିନ୍ଦୁ ସଂସ୍କୃତି ଉପରେ ମଧ୍ୟ ଭାଷଣ ଦେଇଥିଲେ।

ଆଜି ଆମ ଗ୍ରହଣରେ ସ୍ବାମିଜୀ ନଥିଲେ ମଧ୍ୟ ତାଙ୍କର ଅମୂଲ୍ୟ ବିଚାର ସମସ୍ଥ ଭାରତୀୟଙ୍କ ହୃଦୟରେ ସଦାସର୍ବଦା ଚିରସ୍ମରଣୀୟ ହୋଇ ରହିବ। ତାଙ୍କର ଅମୂଲ୍ୟ ବିଚାର ଜଣେ ବ୍ୟକ୍ତିକୁ ଆଗକୁ ବଢିବାର ପ୍ରେରଣା ଯୋଗାଇ ଥାଏ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories