www.samajalive.in
Friday, December 12, 2025
15.1 C
Bhubaneswar

ପ୍ରୋ-ଲିଗ୍‌ ହକି: ୧୩ରେ ପହଞ୍ଚିବ ନେଦରଲାଣ୍ଡ୍‌ସ, କାଉଣ୍ଟର ଟିକଟ ବିକ୍ରି ଆରମ୍ଭ

ଭୁବନେଶ୍ବର : ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକିର ୨ୟ ସଂସ୍କରଣରେ ଭାରତ ଘରୋଇ ପଡ଼ିଆରେ ତା’ର ସମସ୍ତ ଲିଗ୍ ମ୍ୟାଚ୍ ଖେଳିବ। ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ଜାନୁଆରୀ ୧୮ରୁ ମେ’ ୨୪ ମଧ୍ୟରେ ମୋଟ ୮ଟି ମ୍ୟାଚ ନେଦରଲାଣ୍ଡ୍‌ସ, ବେଲ୍‌ଜିୟମ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ​‌େ​‌ର ଭାରତ ଖେଳିବ। ଏଥିପାଇଁ ନଭେମ୍ବର ୨୧ରୁ ଅନ୍‌ଲାଇନ୍‌ରେ ଟିକଟ ବିକ୍ରି ଚାଲିଥିବା ବେଳେ ଜାନୁଆରୀ ୬ରୁ କାଉଣ୍ଟର ଟିକଟ ବିକ୍ରି ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିୟମ ୯ ନମ୍ବର ଗେଟ୍‌ ସମ୍ମୁଖ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ଲାଗି କାଉଣ୍ଟର ଟିକଟ ଉପଲବ୍ଧ ହେଉଛି। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ କାଉଣ୍ଟରରେ ଟିକଟ ବିକ୍ରି କରାଯାଉଛି।

ସମସ୍ତ ମ୍ୟାଚ ଲାଗି ସାଉଥ୍‌ ଓ ନର୍ଥ ଷ୍ଟାଣ୍ଡ୍‌ର ଟିକଟ ମୂଲ୍ୟ ୨୦୦, ଇଷ୍ଟ ଷ୍ଟାଣ୍ଡ୍‌ର ଟିକଟ ମୂଲ୍ୟ ୩୦୦ ଓ ୱେଷ୍ଟ ଷ୍ଟାଣ୍ଡ୍‌ର ଟିକଟ ମୂଲ୍ୟ ୫୦୦ ଟଙ୍କା ରହିଛି। ସେହିପରି ଅନ୍‌ଲାଇନ୍‌ରେ ଟିକଟ ବୁକିଂ କରିଥିବା ଦର୍ଶକ କଳିଙ୍ଗ ଷ୍ଟାଡ଼ିୟମ ୪ ନମ୍ବର ପ୍ରବେଶ ପଥ ନିକଟରେ ରହିଥିବା ରିଡେମ୍ପ୍‌ସନ୍ କାଉଣ୍ଟରରୁ ଜାନୁଆରୀ ୬ରୁ ୨୨ ଓ ମେ’ ୮ରୁ ୨୪ ମଧ୍ୟରେ ଟିକଟ ସଂଗ୍ରହ କରିପାରିବେ। ଅନ୍ୟପକ୍ଷରେ ମ୍ୟାଚ ଲାଗି ଭାରତୀୟ ଦଳ କଳିଙ୍ଗ ଷ୍ଟାଡ଼ିୟମରେ ଜୋରଦାର ଅଭ୍ୟାସ ଚଳାଇଥିବା ବେଳେ ବିଶ୍ବର ୩ ନମ୍ବର ଦଳ ନେଦରଲାଣ୍ଡସ ଜାନୁଆରୀ ୧୩ରେ ଭୁବନେଶ୍ବରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକିର ୨ୟ ସଂସ୍କରଣ​‌ ହୋଇଥିବା ବେଳେ ଭାରତ ପ୍ରଥମଥର ଏହି ପ୍ରତିଯୋଗିତାରେ ଖେଳିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories