www.samajalive.in
Saturday, December 13, 2025
27.1 C
Bhubaneswar

ଆସନ୍ତାକାଲି ଭାରତ ବନ୍ଦ:ସକାଳ ୯.୩୦ ପୂର୍ବରୁ ସରକାରୀ କର୍ମଚାରୀ ଅଫିସରେ ପହଞ୍ଚିବାକୁ ଗୃହ ବିଭାଗର ପରାମର୍ଶ

ଭୁବନେଶ୍ବର: ଆସନ୍ତାକାଲି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଗୁଡ଼ିକ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହାକୁ ନଜରରେ ରଖି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ବନ୍ଦପାଳନ ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ସେହିଭଳି ସରକାରୀ ଅଫିସରେ କାର୍ୟ୍ୟରତ କର୍ମଚାରୀଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି। ସକାଳ ସାଢ଼େ ୯ଟା ପୂର୍ବରୁ କର୍ମଚାରୀମାନେ ଅଫିସରେ ପହଞ୍ଚିବାକୁ ଚିଠିରେ କୁହାଯାଇଛି। ଭାରତ ବନ୍ଦ ପାଇଁ ବୁଧବାର ଲୋକସେବା ଭବନକୁ ସ୍ୱତନ୍ତ୍ର ସୁରକ୍ଷା ବଳୟରେ ରଖାଯିବ। ଲୋକସେବା ଭବନରେ ବ୍ୟାପକ ପୁଲିସ ମୁତୟନ କରାଯିବ। ସେହିପରି ସକାଳ ୧୦ଟା ୧୫ରେ ଲୋକସେବା ଭବନର ମୁଖ୍ୟ ଗେଟ୍‌ ବନ୍ଦ କରାଯିବ।

ସୂଚନାଯୋଗ୍ୟ ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ । ଏନଡିଏ ସରକାରଙ୍କ ଦମନକାରୀ ନୀତି ପ୍ରତିବାଦରେ ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି। ଏହି ୨୪ ଘଣ୍ଟିଆ ବନ୍ଦ ପାଳନରେ ଲକ୍ଷ ଲକ୍ଷ ଶ୍ରମିକଙ୍କ ସହ ବ୍ୟାଙ୍କ କର୍ମଚାରୀ,ଶିକ୍ଷକ,ଷ୍ଟିଲ,ବୀମା କ୍ଷେତ୍ରର କର୍ମଚାରୀ ଏବଂ ରେଳବାଇରେ କାର୍ୟ୍ୟକରୁଥିବା ଶ୍ରମିକ ଏବଂ ବନ୍ଦର ଶ୍ରମିକ ମାନେ ମଧ୍ୟ ସାମିଲ ହେବେ ବୋଲି ଜଣାପଡିଛି। ୨୪ ଘଣ୍ଟିଆ ଭାରତ ବନ୍ଦ ପାଳନ ଫଳରେ ସାରା ଦେଶରେ ଗାଡି ମୋଟର ଚଳାଚଳ ସହ ରେଳ ସେବା ବ୍ୟାଙ୍କି ସେବା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସେବା ପ୍ରଭାବିତ ହେବ। ତେବେ ଏହି ବନ୍ଦରୁ ଆମ୍ବୁଲାନସ, ପରୀକ୍ଷାର୍ଥୀ, ଫାୟାର ଗାଡ଼ି ଓ କ୍ଷୀରଗାଡ଼ି ପରି ଅତ୍ୟାବଶକ ସେବାକୁ ବାଦ ଦିଆଯାଇଛି।

- Advertisement -

ଦେଶର ଆର୍ଥିକ ସଙ୍କଟ,ଦରଦାମ ବୃଦ୍ଧି ଏବଂ ବେରୋଜଗାର ପ୍ରସଙ୍ଗରେ ଏହି ବନ୍ଦ ପାଳନ କରାଯାଉଛି। ଶ୍ରମିକ ସଂଗଠନ ଗୁଡ଼ିକ ସର୍ବନିମ୍ନ ପାରିଶ୍ରମିକ ୨୧ ହଜାରରୁ ମାସିକ ୨୪ ହଜାର କରିବାକୁ ଦାବି କରିଛନ୍ତି। ସରକାରୀ ସଂସ୍ଥାର ଘରୋଇ କରଣକୁ ବନ୍ଦ କରିବା, ସିଏଏ, ଏନଆରସି ଓ ଏନପିଆରକୁ ରଦ୍ଦ କରିବାକୁ ମଧ୍ୟ ସଂଗଠନ ଗୁଡ଼ିକ ଦାବି କରିଛନ୍ତି। ଏହାବାଦ ଦରଦାମ ବୃଦ୍ଧି, ବେକାରୀ ବିରୋଧରେ ମଧ୍ୟ ଶ୍ରମିକ ସଂଗଠନ ଏଭଳି ବନ୍ଦ ଡାକରା ଦେଇଛି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories