www.samajalive.in
Wednesday, December 10, 2025
18.1 C
Bhubaneswar

ଯୋଗ ହେଉଛି ବିଶ୍ୱରେ ଭାରତର ପରିଚୟ – ଜାବଡ଼େକର

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର ଆଜି ନୂଆଦିଲ୍ଲୀରେ ୩୦ଟି ଗଣମାଧ୍ୟମ ଅନୁଷ୍ଠାନକୁ ପ୍ରଥମ ଆନ୍ତର୍ଜାତିକ ଯୋଗ ଦିବସ ଗଣମାଧ୍ୟମ ସମ୍ମାନ ପ୍ରଦାନ କରିଛନ୍ତି। ଯୋଗ ଦିବସର ବାର୍ତ୍ତା ପ୍ରଚାର ପ୍ରସାର ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଗଣମାଧ୍ୟମ ଅନୁଷ୍ଠାନଗୁଡ଼ିକୁ ଏହି ପୁରସ୍କାର ଦେବା ଲାଗି ଗତବର୍ଷ ଜୁନ୍‍ରେ ମନ୍ତ୍ରଣାଳୟ ସ୍ଥିର କରିଥିଲା। ଭାରତ ଏବଂ ଭାରତ ବାହାରେ ଯୋଗର ଉପକାରିତା ସଂପର୍କରେ ଅଧିକରୁ ଅଧିକ ପ୍ରଚାର ଲାଗି ଗଣମାଧ୍ୟମର ଭୂମିକା ଗୁରୁ୍‍ତ୍ୱପୂର୍ଣ୍ଣ ବୋଲି ଜାବଡ଼େକର କହିଛନ୍ତି।

ଏହି ପର୍ଯ୍ୟାୟରେ ଖବରକାଗଜ ମାଧ୍ୟମରେ ଯୋଗ ସଂପର୍କରେ ପ୍ରଚାର କରିଥିବା ଦୃଷ୍ଟିରୁ ୮ଟି ପୁରସ୍କାର ଦିଆଯାଇଥିବା ବେଳେ ରେଡିଓ ପର୍ଯ୍ୟାୟରେ ୧୧ଟି ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ଜାବଡ଼େକର କହିଛନ୍ତି ଯୋଗ ହେଉଛି ବିଶ୍ୱରେ ଭାରତର ପରିଚୟ ଏବଂ ଏହା ଉତ୍ତମ ସ୍ୱାସ୍ଥ୍ୟର ମୂଳ ଚାବିକାଠି। ସେ କହିଛନ୍ତି ଏହି ପୁରସ୍କାର ପାଇଁ ୧୩୨ଟି ଗଣମାଧ୍ୟମ ସଂସ୍ଥା ଆବେଦନ କରିଥିଲେ। ଏହି ଅବସରରେ ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ କହିଛନ୍ତି, ଏହା ଗଣମାଧ୍ୟମ ଦ୍ୱାରା ଏକ ସକରାତ୍ମକ ପଦକ୍ଷେପ ଯାହା ମାଧ୍ୟମରେ ସାଧାରଣ ଜନତା ଯୋଗ ବିଷୟରେ ଅଧିକ ସଚେତନ ହୋଇପାରିଛନ୍ତି। ଗଣମାଧ୍ୟମ ଏକ ଉତ୍ତମ ପଦକ୍ଷେପ ଭାବେ ସଚେତନତା ସୃଷ୍ଟି କରିଥିବାରୁ ସେ ଗଣମାଧ୍ୟମର ଉଚ୍ଚ ପ୍ରଶଂସା କରିଛନ୍ତି।

- Advertisement -

ସୂଚନା ଯୋଗ୍ୟ ୨୦୧୫ ମସିହା ଠାରୁ ପ୍ରତିବର୍ଷ ଜୁନ୍‍ ୨୧ ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ସେପ୍ଟେମ୍ବରରେ ମିଳିତ ଜାତିସଂଘର ସାଧାରଣ ପରିଷରେ ଉଦବୋଧନ ଦେବା ଅବସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ନେଇ ପ୍ରସ୍ତାବ ଦେଇଥିଲେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories