www.samajalive.in
Friday, December 12, 2025
16.1 C
Bhubaneswar

ଆପଣାନ୍ତୁ ଏହି ଉପାୟ: ପିଲା ରହିବ ଚଳଚଞ୍ଚଳ ଓ ହେବ ବୁଦ୍ଧିଆ

ସାଧାରଣତଃ ସବୁ ବାପା-ମାଆ ଚାହାନ୍ତି ତାଙ୍କ ପିଲା ଉତ୍ତମ ଗୁଣ ସମ୍ପର୍ଣ୍ଣ ହେବା ସହ ଚଳଚଞ୍ଚଳ, ଚାଲାଖ୍‌ ତଥା ସ୍ମାର୍ଟ ହେଉ। ତେଣୁ ସେମାନେ ଛୋଟ ବେଳୁ ହିଁ ତାଙ୍କ ଶିଶୁର ବିଶେଷ ଯତ୍ନ ନେଇଥାଆନ୍ତି। ହେଲେ ବେଳେବେଳେ ଦେଖାଯାଏ, ଯେତେ ଯାହା କଲେ ମଧ୍ୟ ପିଲା ମାନ୍ଦା ହୋଇ ବସି ରହୁଛି। ଚଳଚଞ୍ଚଳ ବା ସ୍ମାର୍ଟ ହେଉନାହିଁ। ଏହାର ଏକ ମୁଖ୍ୟ କାରଣ ହେଉଛି, ଆଜିକାଲିର ବାପାମାଆ ପିଲାଙ୍କୁ ମୋବାଇଲ୍‌, ଭିଡିଓ ଗେମ୍‌ ଓ ଅନ୍ୟାନ୍ୟ ଗ୍ୟାଜେଟ୍‌ର ଅଭ୍ୟସ୍ତ କରିଦେଉଛନ୍ତି। ତେଣୁ ସେମାନେ ଖେଳକୁଦ ଭୁଲି ଧୀରେ ଧୀରେ ଅଳସୁଆ ହୋଇଯାଉଛନ୍ତି। ଖେଳକୁଦ ଭୁଲି ସେମାନେ ଟିଭି ସାମ୍ନାରେ ହିଁ ଖାଇବା ପିଇବା କରୁଛନ୍ତି। ଏଭଳି ଅଳସୁଆ ରହିବା ଦ୍ୱାରା ପିଲାମାନେ ଧୀରେ ଧୀରେ ରୋଗାଗ୍ରସ୍ତ ହେବାର ସମ୍ଭାବନା ରହିଛି। ତେବେ ଏପରି କିଛି ଉପାୟ ଅଛି, ଯାହାକୁ ଆପଣାଇ ଅତି ସହଜରେ ଆପଣ ଆପଣଙ୍କ ପିଲାକୁ ଚଳଚଞ୍ଚଳ, ବୁଦ୍ଧିଆ ତଥା ସ୍ମାର୍ଟ କରିପାରିବେ। ଆସନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ-

ସେମାନଙ୍କ ସହ କଥାବାର୍ତ୍ତା କରନ୍ତୁ: ଅଳସୁଆ ତଥା ବୋକା ପିଲାଙ୍କୁ ସମ୍ଭାଳିବାର ସବୁଠାରୁ ଭଲ ଉପାୟ ହେଉଛି ସେମାନଙ୍କ ସହ ଯେତେ ସମ୍ଭବ କଥାବାର୍ତ୍ତା କରନ୍ତୁ। ସେମାନଙ୍କ ସହ ସମୟ ବିତାଇଲେ ସେମାନେ ମଧ୍ୟ କଥାବାର୍ତ୍ତା ହେବେ ଫଳରେ ଆଉ ମାନ୍ଦା ରହିବେ ନାହିଁ। ସକରାତ୍ମକ ଚିନ୍ତାଧାରା ସହ ପିଲାଙ୍କ ସହ ପ୍ରତିଦିନ କିଛି ସମୟ ବିତାନ୍ତୁ। ଦେଖିବେ ଧୀରେ ଧୀରେ ପିଲା ଚଳଚଞ୍ଚଳ ତଥା ସ୍ମାର୍ଟ ହେବ।

- Advertisement -

କିଛି କାମରେ ବ୍ୟସ୍ତ ରଖନ୍ତୁ: ଅଳସୁଆ ପିଲାଙ୍କୁ ଆକ୍ଟିଭ ରଖିବା ପାଇଁ ସେମାନଙ୍କୁ ସବୁବେଳେ କିଛି କାମରେ ବ୍ୟସ୍ତ ରଖନ୍ତୁ। ସେମାନଙ୍କୁ ଘରର ଛୋଟମୋଟ କାମ କରିବାକୁ କୁହନ୍ତୁ। କାମ କରିବା ପରେ ତାଙ୍କୁ ପ୍ରଶଂସା ମଧ୍ୟ କରନ୍ତୁ। ଫଳରେ ସେ ଖୁସି ହେବେ ଓ କାମ କରିବାକୁ ଇଚ୍ଛା ପ୍ରକାଶ କରିବେ।

ଖେଳିବାକୁ ଉତ୍ସାହିତ କରନ୍ତୁ: ଛୁଆଙ୍କ ଅଳସୁଆମୀ ଦୂର କରିବାର ସବୁଠୁ ଭଲ ଉପାୟ ହେଉଛି ତାଙ୍କୁ ଖେଳିବାକୁ କୁହନ୍ତୁ। ଖେଳକୁଦ କରିବା ଦ୍ୱାରା ପିଲାଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହ ସେମାନେ ଚଳଚଞ୍ଚଳ ଓ ବୁଦ୍ଧିଆ ମଧ୍ୟ ହେବେ। ଖେଳକୁଦ କରିବା ଶରୀର ପାଇଁ କେତେ ଉପକାରୀ ତାହା ପିଲାଙ୍କୁ ବୁଝାନ୍ତୁ। ପିଲାଙ୍କୁ ସବୁବେଳେ ମଧୁର ବଚନରେ ବୁଝାନ୍ତୁ। ରାଗନ୍ତୁନି କିମ୍ବା ଚିଡ଼ନ୍ତୁ ନାହିଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories