www.samajalive.in
Monday, December 8, 2025
27.1 C
Bhubaneswar

ଟ୍ରିପଲ ମ୍ୟାରେଜ ଘଟଣା; ସବିନାଙ୍କ ନାମରେ ଅଭିଯୋଗ ଆଣିଲେ ଶାଶୁଘର ଲୋକେ

ଯାଜପୁର: ଯାଜପୁର ଜିଲାର ବହୁଚର୍ଚ୍ଚିତ ଟ୍ରିପଲ ମ୍ୟାରେଜ ଘଟଣାର ନୂଆମୋଡ ନେଇଛି। ଟ୍ରିପଲ ମ୍ୟାରେଜ ଘଟଣାକୁ ଲୋକଲୋଚନକୁ ଆଣିଥିବା ସବିନା ବିବିଙ୍କ ନାଁରେ ଶାଶୁ ଘର ଲୋକ ଅଭିଯୋଗ ଆଣିଛନ୍ତି। ସବିନାଙ୍କ ସ୍ୱାମୀ ଇମ୍ରାନ ଏବେ ଜେଲରେ ଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ଇମ୍ରାନଙ୍କ ପରିବାର ଲୋକେ ସବିନାଙ୍କ ବିରୋଧରେ ମୁଁହ ଖୋଲିଛନ୍ତି। ବିବାହ ପର ଠାରୁ ସବିନା ଶାଶୁ ଘରେ ମନଇଛା କାର୍ୟ୍ୟକରିବା ସହିତ କାହାକୁ କିଛି ନ ଜଣାଇ ଘର ଛାଡିଥିବା ଅଭିଯୋଗ କରିଛନ୍ତି। ସବିନାଙ୍କର ଏଭଳି କାର୍ୟ୍ୟକଳାପ ପାଇଁ ତାଙ୍କୁ ଇମ୍ରାନ ତଲାକ ଦେବା ପରେ ସେ ତୃତୀୟ ବିବାହ ପାଇଁ ମନସ୍ଥିର କରିଥିଲେ। ପରେ ସବିନା ଇମ୍ରାନଙ୍କ ପରିବାର ଲୋକଙ୍କୁ ଧମକ ଚମକ ଦେବା ସହିତ ଟଙ୍କା ମାଗୁଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ଇମ୍ରାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣା ସଂପର୍କରେ ପୁଲିସ ନିରପେକ୍ଷ ତଦନ୍ତ କରିବାକୁ ଇମ୍ରାନଙ୍କ ପରିବାର ଲୋକେ ଦାବି କରିଛନ୍ତି।

ସେପଟେ ଏନେଇ ସବିନା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ଇମ୍ରାନଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା କହିବା ସହିତ ତଲାକ ଘଟଣାକୁ ସବିନା ଅସ୍ୱୀକାର କରିଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ କରି ସତ୍ୟାସତ୍ୟ ବାହାର କରିବାକୁ ସେ ମଧ୍ୟ ଅନୁରୋଧ କରିଛନ୍ତି ।

Hot this week

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

Related Articles

Popular Categories