ସିଏଏ ହିଂସାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମିଳିବ ୫ଲକ୍ଷ – ଏସପି
ଲକ୍ଷ୍ମୌ : ଗତବର୍ଷ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଥିଲା। ଆନ୍ଦୋଳନ ଧିରେ ଧିରେ ହିଂସାରେ ପରିଣତ ହୋଇ ଉଗ୍ର ରୂପ ନେଇଥିଲା। ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ତେବେ ସିଏଏ ହିଂସାରେ ମୃତ୍ୟୁ ବରଣ କରିଥିବା ଲୋକମାନଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏ ଦେବା ପାଇଁ ସମାଜବାଦୀ ପାର୍ଟି(ଏସପି) ପକ୍ଷରୁ ଘୋଷଣା କରାଯାଇଛି।
ଏନେଇ ସମାଜବାଦୀ ପାର୍ଟି ଟ୍ବିଟ କରି କହିଛି ଯେ, ଭାରତର ସମ୍ବିଧାନକୁ ରକ୍ଷା କରିବା ପାଇଁ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସିକୁ ବିରୋଧ କରି ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଆନ୍ଦୋଳନକାରୀଙ୍କ ପରିବାରକୁ ଆମ ଦଳ ପକ୍ଷରୁ ୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ।
संविधान बचाने के लिए CAA-NRC विरोधी आंदोलन के दौरान सरकार के बर्बर अत्याचार में जान गंवाने वालों के पीड़ित परिवारों एवं मृतक आश्रितों को पांच लाख ₹ की आर्थिक मदद देगी समाजवादी पार्टी।
— Samajwadi Party (@samajwadiparty) January 5, 2020
Comments are closed.