ଇସିଙ୍କ ୟୁଟର୍ଣ୍ଣ: ରାଜନୈତିକ ଦଳ ଆରଟିଆଇ ଆଇନ ପରିସରଭୁକ୍ତ

0

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ ଆୟୋଗ (ଇସି) ତାଙ୍କ ପୂର୍ବ ନିଷ୍ପତ୍ତିରେ ୟୁଟର୍ଣ୍ଣ ଆଣିଛନ୍ତି। ପୂର୍ବ ନିଷ୍ପତ୍ତିର ପରିବର୍ତ୍ତନ ପୂର୍ବକ ଇସି କହିଛନ୍ତି ଯେ ରାଜନୈତିକ ଦଳଗୁଡିକ ସୂଚନା ଅଧିକାର (ଆରଟିଆଇ) ଆଇନ ପରିସରଭୁକ୍ତ। କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)ଙ୍କ ନିର୍ଦେଶକୁ ଅମାନ୍ୟ ପୂର୍ବକ ଇସି କହିଥିଲେ ଯେ ସମସ୍ତ ରାଜନୈତିକ ଦଳ ଆରଟିଆଇ ଆଇନ ପରିସରଭୁକ୍ତ ନୁହନ୍ତି। ଏକ ଆରଟିଆଇ ଆବେଦନ ଉପରେ ଉତ୍ତର ଦେବାକୁ ମନା କରି ରବିବାର ଇସି ଏପରି ନିଷ୍ପତ୍ତି ଶୁଣାଇଥିଲେ। ତେବେ ମଙ୍ଗଳବାର ଇସି ତାଙ୍କ ନିଷ୍ପତ୍ତିରେ ୟୁଟର୍ଣ୍ଣ ଆଣିବା ପୂର୍ବକ ସିଆଇସିଙ୍କ ନିର୍ଦେଶକୁ ପାଳନ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ୨୦୧୩ ଜୁନ୍‍ ୩ରେ ସିଆଇସିଙ୍କ ପୂର୍ଣ୍ଣକାଳୀନ ବେଞ୍ଚର ନିଷ୍ପତ୍ତି କ୍ରମେ ବିଜେପି, କଂଗ୍ରେସ, ବିଏସପି, ଏନସିପି, ସିପିଆଇ ଓ ସିପିଏମ୍‍ ଭଳି ୬ଟି ରାଜନୈତିକ ଦଳକୁ ଆରଟିଆଇ ଆଇନ ପରିସରଭୁକ୍ତ କରାଯାଇଥିଲା। ପୁଣେସ୍ଥିତ ସୂଚନା ଅଧିକାର କର୍ମୀ ବିହାର ଧ୍ରୁବେ ତାଙ୍କ ଆବେଦନରେ ବିଜେପି, କଂଗ୍ରେସ, ବିଏସପି, ଏନସିପି, ସିପିଆଇ, ସିପିଏମ୍‍ ୬ଟି ରାଜନୈତିକ ଦଳ ନୂଆ କରି ଆରମ୍ଭ ହୋଇଥିବା ଇଲେକ୍ଟ୍ରୋରାଲ ବଣ୍ଡ ମାଧ୍ୟମରେ କେତେ ଅର୍ଥ ସଂଗ୍ରହ କରିଛନ୍ତି ତାର ସବିଶେଷ ତଥ୍ୟ ଲୋଡିଛନ୍ତି। ତେବେ ଇଲେକ୍ଟ୍ରୋରାଲ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳଗୁଡିକ କେତେ ଅର୍ଥ ସଂଗ୍ରହ କରିଛନ୍ତି ସେ ସମ୍ପର୍କରେ ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ବାଚନ ଆୟୋଗଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ। ତେଣୁ ଇଲେକ୍ଟ୍ରୋରାଲ ବଣ୍ଡ ସମ୍ପର୍କରେ ଇସିଙ୍କ ନିକଟରେ ଏବେ କୌଣସି ସୂଚନା ନାହିଁ।

Leave A Reply