ବିଜେପିର ‘ସମର୍ଥନ ପାଇଁ ସମ୍ପର୍କ’ ଅଭିଯାନ ଆରମ୍ଭ
ନୂଆଦିଲ୍ଲୀ : ବିଜେପି ପକ୍ଷରୁ ମଙ୍ଗଳବାର ‘ସମର୍ଥନ ପାଇଁ ସମ୍ପର୍କ’ ବା ‘କଣ୍ଟାକ୍ଟ ଫର ସପୋର୍ଟ’ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ବିଜେପି ନେତାମାନେ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତକରି କେନ୍ଦ୍ର ସରକାରଙ୍କର ଗତ ୪ବର୍ଷର ସଫଳତା ସମ୍ପର୍କରେ ଅବଗତ କରାଉଛନ୍ତି। ଏହି କ୍ରମରେ ବିଜେପି ସଭାପତି ଅମିତ ଶାହା ପୂର୍ବତନ ସେନାଧ୍ୟକ୍ଷ ଦଲବୀର ସିଂହ ସୁହାଗଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ଏଭଳି ଭାବେ ସେ ବ୍ୟକ୍ତିଗତ ଭାବେ ୫୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଅମିତଙ୍କ ବ୍ୟତୀତ ବିଜେପିର ସମସ୍ତ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ବରିଷ୍ଠ ଦଳୀୟ ନେତା, ତ୍ରିସ୍ତରୀୟ ପଞ୍ଚାୟତିରାଜ ପଦାଧିକାରୀଙ୍କୁ ମିଶାଇ ୪ ହଜାର କାର୍ଯ୍ୟକର୍ତ୍ତା ଦେଶର ଲକ୍ଷାଧିକ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତକରି ସରକାରଙ୍କ ସଫଳତା ଜଣାଇବାର କାର୍ଯ୍ୟକ୍ରମ ରହିଛି।