www.samajalive.in
Monday, December 15, 2025
16.1 C
Bhubaneswar

ଗୁଳିକରି ହାତୀଶାବକକୁ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ

ଦେବଗଡ଼: ଦେବଗଡ ବନଖଣ୍ଡ ରିଆମାଳ ରେଞ୍ଜ ପଳସମା ବିଭାଗ ଅନ୍ତର୍ଗତ ବରଡାନାଳୀ ଗ୍ରାମରେ ହାତୀଶାବକକୁ ଗୁଳି କରି ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଦୁଃଖବନ୍ଧୁ ସାହୁ (୩୭)। ଦେବଗଡ଼ ବନ ବିଭାଗ ସୋମବାର ଦୁଃଖବନ୍ଧୁଙ୍କୁ କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ଯୋଗ୍ୟ,ଦୁଃଖବନ୍ଧୁ ଗତ ୨୫ତାରିଖ ରାତିରେ ବରଡାନାଳୀ ଗ୍ରାମରେ ଏକ ହାତୀ ଶାବକକୁ ଗୁଳି କରି ହତ୍ୟା କରିଥିଲେ। ୨୬ ତାରିଖ ଗୁରୁବାର ସକାଳେ ବରଡାନାଳି ଗ୍ରାମର ଫକୀର ଗଡନାୟକଙ୍କ ଗୁହାଳ ପଛପଟେ ସେହି ମାଇହାତୀ ଶାବକର ମୃତଦେହ ଉଦ୍ଧାର ହୋଇଥିଲା। ଗ୍ରାମବାସୀ ପଳସମା ବିଭାଗର ଫରେଷ୍ଟର ଓ ରିଆମାଳ ଫରେଷ୍ଟ ରେଞ୍ଜ ଅଫିସରଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ସୂଚନାପାଇ ରିଆମାଳ ରେଞ୍ଜ ଅଫିସର ଭବାନୀ ଶଙ୍କର ଦାଶ ଓ ପଳସମା ଫରେଷ୍ଟର ପ୍ରଶାନ୍ତ କୁମାର ଶତପଥୀ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀଶାବକଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପରେ ଦେବଗଡ ବନଖଣ୍ଡ ଅଧିକାରୀଣୀ କ୍ଷମା ଷଡଙ୍ଗୀ ଓ ଅବୈତନିକ ୱାଇଲ୍ଡଲାଇଫ ୱାର୍ଡେନ ଲଳିତ ମୋହନ ସାହୁଙ୍କ ଉପସ୍ଥିତିରେ ରିଆମାଳ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସ୍ୱପ୍ନେଶ୍ୱର ନାୟକଙ୍କ ଦ୍ୱାରା ହାତୀ ଶାବକଟିର ମୃତଦେହ ବ୍ୟବଚ୍ଛେଦ କରାଯିବା ସହ ମୃତଦେହକୁ ମାଟିରେ ପୋତି ଦିଆଯାଇଥିଲା। ତେବେ ବ୍ୟବଚ୍ଛେଦ ସମୟରେ ହାତୀ ଶାବକଟିର କଲିଜା ନିକଟରୁ ୮ଏମ୍.ଏମ୍.ସାଇଜ୍ର ଏକ ଗୁଳି ବାହାରିଥିଲା। କେହି ଦୁର୍ବୃତ୍ତ ହାତୀଟିକୁ ଗୁଳି କରି ହତ୍ୟା କରିଥିଲା ବୋଲି ଏଥିରୁ ସ୍ପଷ୍ଟ ହୋଇଥିଲା। ଏନେଇ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ବନଖଣ୍ଡ ଅଧିକାରୀ ଷଡଙ୍ଗୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିଲା। ବରଡାନାଳି ଗ୍ରାମର ଦୁଃଖବନ୍ଧୁ ସାହୁ ଉକ୍ତ ହାତୀ ଶାବକଟିକୁ ଏକ ଦେଶୀ ବନ୍ଧୁକ ସାହାଯ୍ୟରେ ଗୁଳିକରି ହତ୍ୟା କରିଥିବା ଜଣାପଡିବାରୁ ଦୁଃଖବନ୍ଧୁ ଠାରୁ ବ୍ୟବହୃତ ବନ୍ଧୁକ ଜବତ କରାଯିବା ସହ ଦୁଃଖବନ୍ଧୁକୁ ଗିରଫ କରାଯାଇଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories