www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରଥମ ଟେଷ୍ଟ : ଇଂଲଣ୍ଡକୁ ହରାଇଲା ଦକ୍ଷିଣ ଆଫ୍ରିକା

ସେଞ୍ଚୁରିଅନ୍ : ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଭିତ୍ତିରେ ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟମ୍ୟାଚ୍‌କୁ ଜିତିନେଇଛି ଘରୋଇ ଦକ୍ଷିଣ ଆଫ୍ରିକା। ୨ୟ ଇନିଂସରେ ୩୭୬ ରନ୍‌ ବିଜୟଲକ୍ଷ୍ୟର ପିଛା କରିଥିବା ଇଂଲଣ୍ଡ ରବିବାର ମ୍ୟାଚ୍‌ର ୪ର୍ଥ ଦିନରେ ଚା’ପାନ ବିରତି ପୂର୍ବରୁ ୨୬୮ ରନ୍‌ରେ ଅଲ୍‌ଆଉଟ ହୋଇ ଯାଇଥିଲା। ଫଳରେ ମ୍ୟାଚ୍‌କୁ ୧୦୭ ରନ୍‌ରେ ଜିତି ୪ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ୧-୦ରେ ଆଗୁଆ ହୋଇପାରିଛି। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୦୩ ରନ୍‌ରେ ଆଗୁଆ ରହିବା ପରେ ୨ୟ ଇନିଂସରେ ୨୭୨ ରନ୍‌କରି ଅଲ୍‌ଆଉଟ ହୋଇଥିଲା। ଫଳରେ ଇଂଲଣ୍ଡକୁ ୨ୟ ଇନିଂସରେ ୩୭୬ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ଓପ୍‌ନର ରୋରି ବର୍ନସଙ୍କ ୮୪ ରନ୍‌ର ଇନିଂସ ସତ୍ତ୍ବେ ଇଂଲଣ୍ଡ ୨୬୮ ରନ୍‌ରେ ଅଲ୍ଆଉଟ ହୋଇଥିଲା। ଜାନୁୟାରୀ ୩ରୁ ଉଭୟ ଦଳଙ୍କ ମଧ୍ୟରେ ୨ୟ ଟେଷ୍ଟମ୍ୟାଚ୍ ଖେଳାଯିବ।
୩୭୬ ରନ୍‌ ବିଜୟଲକ୍ଷ୍ୟର ପିଛା କରିଥିବା ଇଂଲଣ୍ଡ ୩ୟ ଦିନର ଖେଳ ଶେଷସୁଦ୍ଧା ୧ ୱିକେଟ ହରାଇ ୧୨୧ ରନ୍ କରିଥିଲା। ୩ୟ ଦିନରେ ଡମ୍ ସିବ୍‌ଲି (୨୯) ଆାଉଟ୍‌ ହୋଇଥିବା ବେଳେ ରବିବାର ୪ର୍ଥ ଦିନରେ ଇଂଲଣ୍ଡ ବାକି ୯ଟି ୱିକେଟ ହରାଇଥିଲା। ଓପ୍‌ନର ରୋରି ବର୍ନସ ଓ ଜୋ ଡେନ୍‌ଲି ସ୍କୋର୍‌କୁ ୧୩୯ ରନ୍‌ରେ ପହଞ୍ଚାଇବା ପରେ ବର୍ନସ ଆଉଟ ହୋଇଥିଲେ। ଚମତ୍କାର ବ୍ୟାଟିଂ କରିଥିବା ବର୍ନସ ୧୫୪ ବଲ୍‌ ଖେଳି ୧୬ଟି ଚୌକା ସହ ୮୪ ରନ୍ କରିଥିଲେ। ଜୋ ଡେନ୍‌ଲି ୨ଟି ଛକା ଓ ୩ଟି ଚୌକା ସହ ୩୧ ରନ୍ କରିଥିଲେ। ଇଂଲଣ୍ଡ ଏକଦା ୩ ୱିକେଟରେ ୨୦୪ ରନ୍ କରିଥିବା ବେଳେ ୬୪ ରନ୍‌ରେ ବାକି ୭ଟି ୱିକେଟ ହରାଇ ୨୬୮ ରନ୍‌ରେ ଅଲ୍ଆଉଟ ହୋଇଥିଲା। ବେନ୍‌ ଷ୍ଟୋକ୍‌ସ ୨ଟି ଚୌକା ସହ ୧୪ ରନ୍ କରିଥିଲେ। ଜନି ବେୟାରଷ୍ଟୋ ପୁଣି ବିଫଳ ହୋଇ ୯ ରନ୍‌କରି ବିଦାୟ ନେଇଥିଲେ। ଅଧିନାୟକ ଜୋ ରୁଟ୍‌ ଦୀର୍ଘ ସମୟ ଖେଳି ୧୦୧ ବଲ୍‌ରୁ ୮ଟି ଚୌକା ସହ ୪୮ ରନ୍‌କରି ବିଦାୟ ନେଇଥିଲେ। ୨ୟ ନୂଆବଲ୍‌ରେ ଇଂଲଣ୍ଡ ୬ଟି ୱିକେଟ ହରାଇଥିବା ବେଳେ କାଗିସୋ ରାବାଡ଼ା ଏଥିରୁ ୪ଟି ୱିକେଟ ନେଇଥିଲେ। ଜୋସ୍ ବଟ୍‌ଲର ୩୩ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୨ ରନ୍ ଏବଂ ସାମ୍ କରନ୍ ୯ ରନ୍ କରିଥିଲେ। ଜୋଫ୍ରା ଆର୍ଚର ୪ ଓ ଷ୍ଟୁଆର୍ଟ ବ୍ରଡ୍‌ ୬ ରନ୍ କରିଥିଲେ। ରାବାଡ଼ା ୪ଟି, ଆନ୍‌ରିଚ୍ ନୋର୍ଟଜ୍ୟେ ୩ଟି ଓ କେଶବ ମହରାଜ ୨ଟି ୱିକେଟ ପାଇଥିଲେ। ଉଭୟ ଇନିଂସରେ ଭଲ ବ୍ୟାଟିଂ କରିଥିବା ଘରୋଇ ଦଳର କ୍ବିଣ୍ଟନ୍ ଡି କକ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories