www.samajalive.in
Saturday, December 6, 2025
23.1 C
Bhubaneswar

ନୂତନ ବର୍ଷ ଆରମ୍ଭ ପୂର୍ବରୁ ଘରୁ କାଢି ଦିଅନ୍ତୁ ଏହି ୫ଟି ଜିନିଷ

ବର୍ଷ ୨୦୨୦କୁ ଆଗମାନ କରିବାକୁ ଅଳ୍ପ ଦିନ ବାକି ରହିଛି। ନୂତନ ବର୍ଷକୁ ଲୋକେ ଖୁବ ଆନନ୍ଦ ଓ ଉଲ୍ଲାସର ସହ ଅପେକ୍ଷା କରି ରହିଥାଆନ୍ତି। ସଭିଏଁ ଚାହିଁ ଥାଆନ୍ତି ନୂଆ ବର୍ଷ ସେମାନଙ୍କ ପାଇଁ ମଙ୍ଗକାରୀ ହେଉ। ବହୁ ଲୋକେ ଏପରି କେତେକ ଉପାୟ ଆପଣେବାକୁ ଇଚ୍ଛା କରନ୍ତି ଯେ, ନୂଆ ବର୍ଷ ସେମାନଙ୍କ ପାଇଁ ଲାଭଦାୟକ ହେଉ। ଆପଣ ମଧ୍ୟ ଯଦି ନୂଆ ବର୍ଷରେ ମା’ଲକ୍ଷ୍ମୀଙ୍କ କୃପା ଚାହୁଁଛନ୍ତି, ତେବେ ନିଜ ଘରୁ ଏହି ଜିନିଷକୁ ଦୂର କରନ୍ତୁ। ଜାଣନ୍ତୁ …..
ଭଙ୍ଗା ଆସବାବ ଗୃହର (ସାମଗ୍ରୀ) –
ଘରେ ଭଙ୍ଗାଖଟ, ସୋଫା ଆଦି ରଖିବା ଦ୍ୱାରା ଦମ୍ପତିଙ୍କ ମଧ୍ୟରେ କଳହ ହୋଇଥାଏ ବୋଲି କୁହାଯାଏ। ତେଣୁ ଘରୁ ଭଙ୍ଗା ଟେବୁଲ, ଚେୟାର, ଖଟ, ସୋଫା ଆଦି କାଢି ଦିଅନ୍ତୁ। ଏପରି କରିବା ଦ୍ୱାରା ବର୍ଷଯାକ ଆପଣଙ୍କ ଜୀବନସାଥୀଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ।
ଭଙ୍ଗା କାଚ –
ଘରେ କୌଣସି ପ୍ରକାର ଫଟା କିମ୍ବା ଭଙ୍ଗା କାଚ ସାମଗ୍ରୀ ରଖନ୍ତୁ ନାହିଁ। ଯେପରି କାଚ ବାସନ, ଫଟୋ ଫ୍ରେମ, ଅଇନା ଆଦି ଘରେ ରଖିବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ମାନସିକ ଦୁଶ୍ଚିତା ବଢିଥାଏ।
ବନ୍ଦ କିମ୍ବା ଭଙ୍ଗା ଘଣ୍ଟା –
ଘରେ କଦାପି ବନ୍ଦ କିମ୍ବା ଭଙ୍ଗା ଘଣ୍ଟା ରଖନ୍ତୁ ନାହିଁ। ବନ୍ଦ ଘଣ୍ଟା ରହିଲେ ଘରେ ନକରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ। ତେଣୁ ନୂଆ ବର୍ଷରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇଁ ଘରୁ ବନ୍ଦ ଘଣ୍ଟାକୁ କାଢି ଦିଅନ୍ତୁ।
ବୈଦୁତିକ ସାମଗ୍ରୀ –
ଘରେ କୌଣସି ପ୍ରକାରର ଖରାପ ହୋଇଯାଇଥିବା ବୈଦୁତିକ ସାମଗ୍ରୀ ରଖନ୍ତୁ ନାହିଁ। ଏହା ଦ୍ୱାରା ଶରୀରରେ ସର୍ବଦା ରୋଗ ଲାଗି ରହିଥାଏ।
ଭଙ୍ଗା ଠାକୁରଙ୍କ ମୂର୍ତ୍ତି –
ନୂତନ ବର୍ଷରେ ଠାକୁରଙ୍କ ନୂଆ ମୂର୍ତ୍ତି ବା ଫଟୋ ଆଣନ୍ତୁ। ଯେଉଁ ମୂର୍ତ୍ତି ରଙ୍ଗଛଡ଼ା କିମ୍ବା ଭଙ୍ଗା ଠାକୁରଙ୍କ ମୂର୍ତ୍ତି ଆଦୌ ଘରେ ରଖନ୍ତୁ ନାହିଁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories