www.samajalive.in
Friday, December 12, 2025
15.1 C
Bhubaneswar

ସିଏଏକୁ ବିରୋଧ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ମତ : ଲୋକଙ୍କ ମନୋଭାବ କଳି ନ ଥିଲେ ସରକାର

ନୂଆଦିଲ୍ଲୀ : ନାଗରିକତ୍ବ ଆଇନ ସଂଶୋଧନ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କ ମନୋଭାବ ସଠିକ୍‌ ବୁଝିପାରି ନ ଥିଲା। ଏହାକୁ ନେଇ ଦେଶତମାମ ନିଆଁ ଜଳିବ ବୋଲି ପ୍ରଧାନମନ୍ତ୍ରୀ କିମ୍ବା ସ୍ବରାଷ୍ଟ୍ରମନ୍ତ୍ରୀ କଳ୍ପନା କରି ନ ଥିଲେ। ସେଥିପାଇଁ ଦୀର୍ଘ ୬ବର୍ଷର ଶାସନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ପ୍ରଥମ ଥର ଏଭଳି ଆହ୍ବାନର ସମ୍ମୁଖୀନ ହୋଇଛନ୍ତି। ବର୍ତ୍ତମାନ ସରକାର ଓ ଦଳ ପକ୍ଷରୁ କ୍ଷତି ଭରଣା ଉଦ୍ୟମ କରାଯାଉଛି। ଦେଶବ୍ୟାପୀ ସୃଷ୍ଟିହୋଇଥିବା ପ୍ରତିବାଦ ଓ ହିଂସାକାଣ୍ଡ ପରିପ୍ରେକ୍ଷୀରେ ଏଭଳି ସ୍ବୀକାରୋକ୍ତିମୂଳକ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ୍‌। ସେ ନିଜେ କିମ୍ବା ଦଳର ଅନ୍ୟ ନେତାମାନେ ମଧ୍ୟ ଲୋକଙ୍କ ଆକ୍ରୋଶ ଏତେ ତୀବ୍ର ହେବ ବୋଲି ଭାବି ନ ଥିବା ବାଲ୍ୟାନ୍‌ କହିଛନ୍ତି। ଏହି ଘଟଣା ମୋଦୀ-ଶାହାଙ୍କ ପ୍ରତିଷ୍ଠାରେ ଆଞ୍ଚ ଆଣିଥିବା ସେ କହିଛନ୍ତି। କେବଳ ସେତିକି ନୁହେଁ; ପ୍ରଧାନମନ୍ତ୍ରୀ ୨୦୨୫ସୁଦ୍ଧା ଦେଶକୁ ୫ ଟ୍ରିଲିୟନ୍‌ ଅର୍ଥନୀତିରେ ପହଞ୍ଚାଇବା ନେଇ ଯେଉଁ ସ୍ବପ୍ନ ଦେଖୁଛନ୍ତି ସେଥିପ୍ରତି ଏହା ଆଞ୍ଚ ଆଣିଥିବା ବାଲ୍ୟାନ୍‌ କହିଛନ୍ତି।
ସେହିଭଳି ନିଜ ନାମ ପ୍ରକାଶ ନ କରିବା ଅନୁରୋଧକ୍ରମେ ତିନିଜଣ ବରିଷ୍ଠ ବିଜେପି ନେତା ଓ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ସମାନ ମତବ୍ୟକ୍ତ କରିଛନ୍ତି। ଏହି ଆଇନକୁ ସଂସଦରେ ଗୃହୀତ କରାଇଲାବେଳେ ସରକାର ବାହାରର ରାଜନୈତିକ ଗଣିତ ପ୍ରତି ଗୁରୁତ୍ବ ଦେଇ ନ ଥିଲେ। ସେଥିପାଇଁ ସହଯୋଗୀ ଦଳ କିମ୍ବା ବିରୋଧୀ ଦଳଗୁଡ଼ିକ ସହିତ ଆଲୋଚନା କରାଯାଇ ନ ଥିଲା। ଲୋକେ ମଧ୍ୟ ଆଇନ ସମ୍ପର୍କରେ କିଛି ବୁଝି ନ ଥିବାରୁ ସହଜରେ ମାତି ଉଠିଥିଲେ। ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଆଇନ ବାବଦରେ ଭ୍ରମିତ କରାଯାଇଥିଲା। ଏବେ ଦଳର ସମସ୍ତ ନେତା କ୍ଷତି ଭରଣା ଅଭିଯାନରେ ସାମିଲ ହୋଇଛନ୍ତି ବୋଲି ଜଣେ କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଆରଏସ୍‌ଏସ୍‌ ମଧ୍ୟ ଏହି ଅଭିଯାନ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ଏହାର କାର୍ଯ୍ୟକର୍ତ୍ତା ମନମୋହନ ବୈଦ୍ୟ।
ଅପରପକ୍ଷରେ ବିଶିଷ୍ଟ ଗବେଷକ ତଥା ସିଏସ୍‌ଡିଏସ୍‌ ମୁଖ୍ୟ ସଞ୍ଜୟ କୁମାରଙ୍କ ମତାନୁସାରେ ଏହି ଆଇନକୁ ଯେଉଁ ଢ଼ଙ୍ଗରେ ବିରୋଧ କରାଗଲା ତାହା ମୋଦୀ-ଶାହାଙ୍କ ସ୍ବେଚ୍ଛାଚାରୀ ଶାସନ ଶୈଳୀ ବିରୋଧରେ ପ୍ରତିକ୍ରିୟା ଥିଲା। ବିଜେପି ଶାସିତ ରାଜ୍ୟ ସରକାରମାନେ ଯେଉଁଭଳି ଭାବରେ ଏହାର ମୁକାବିଲା କଲେ ତାହା ମଧ୍ୟ ଏହି ସ୍ବେଚ୍ଛାଚାରିତାର ପ୍ରତିଫଳନ ଥିଲା। ପୁନଶ୍ଚ ଏହି ବିକ୍ଷୋଭକୁ ରାଜନୈତିକ ବୋଲି କୁହାଯାଇପାରେ; କିନ୍ତୁ ସରକାର ବିରୋଧରେ ବେକାରୀ ଓ ଅନ୍ୟ କାରଣକୁ ନେଇ ରହିଥିବା ପୁଞ୍ଜୀଭୂତ ଅସନ୍ତୋଷର ପ୍ରତିଫଳନ ଏଥିରେ ଘଟିଥିଲା। ଏହି ଆନ୍ଦୋଳନର ପ୍ରଭାବ ଲୋକଙ୍କ ମନରୁ ସହଜରେ ଲିଭିବା ପରି ମନେ ହେଉ ନାହିଁ ବୋଲି ସେ ତ ଦେଇଛନ୍ତି। କଂଗ୍ରେସ ନେତା ପୃଥ୍ବିରାଜ ଚୌହାଣ କହିଛନ୍ତି ଯେ ସ୍ବାଧୀନ ଭାରତ ଇତିହାସରେ ପ୍ରଥମ ଥର ଧର୍ମକୁ ନେଇ ଏକ ଆଇନ ପ୍ରଣୟନ ହେଲା; କିନ୍ତୁ ଶାସକ ଦଳର ‘ହିନ୍ଦୁଙ୍କୁ ପ୍ରାଥମିକତା’ ନୀତିକୁ ଏହା ଧକ୍କା ଦେଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories