www.samajalive.in
Saturday, December 13, 2025
14.1 C
Bhubaneswar

ପ୍ରଦୀପ ମାଝିଙ୍କ ନାମରେ ଏତଲା; ହିଂସା ପାଇଁ ଉସୁକାଇ ଥିଲେ

ଭୁବନେଶ୍ବର: କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ନାମରେ ଏତଲା ଦାୟର ହୋଇଛି। ହିଂସାକୁ ଉସୁକାଉଥିବା ନେଇ ନବରଙ୍ଗପୁର ପୁଲିସ ନିଜ ତରଫରୁ ଏତଲା ଦାୟର କରିଛି। ପ୍ରଦୀପ ମାଝିଙ୍କ ସମେତ ମୋଟ୍ ୧୫ ଜଣଙ୍କ ନାମରେ ପୁଲିସ ଏତଲା କରିଛି। ଏତଲା ଦାୟର ପରେ ପୁଲିସ ଦଫା ୧୪୭, ୩୪୧, ୩୫୩, ୨୮୩, ୫୦୬, ୪୩୮ ସମେତ ୧୨୦(ଖ) ଏବଂ ୩ ପିଡିପିପି ଦଫାରେ ମାମଲା ରୁଜୁ ତଦନ୍ତ ଚଳାଇଛି। ଏହି ଘଟଣାରେ ଆଉ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇ ପାରେ ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲାର କୋଷାଗୁମୁଡ଼ା ବ୍ଲକ ଅଞ୍ଚଳର ଜଣେ ନାବାଳିକାକୁ ଗଣବଳାତ୍କାର ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସର ବିଫଳତା ପ୍ରତିବାଦରେ ଗୁରୁବାର କଂଗ୍ରେସ ୧୨ଘଣ୍ଟିଆ ଜିଲା ବନ୍ଦ ପାଳନ କରିଥିଲା। ବନ୍ଦ ପାଳନ ବେଳେ ଗୋଟିଏ କାର୍‍କୁ ଆନ୍ଦୋଳନକାରୀ ଜାଳି ଦେଇଥିଲେ। ପ୍ରଦୀପ ମାଝିଙ୍କ ଇସାରାରେ ଗାଡି ଜଳାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ବନ୍ଦ ଡାକାରା ବେଳେ ପ୍ରଦୀପ ମାଝୀଙ୍କ ଏକ ବିବାଦୀୟ ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ପେଟ୍ରୋଲ ଡିଜେଲ ରେଡି ରଖ, କହିଲେ ଜାଳିବ ବୋଲି ଫୋନ୍ ମାଧ୍ୟମରେ ନିଜ କର୍ମୀଙ୍କୁ ପ୍ରଦୀପ ମାଝୀ କହିଥିଲେ। ଏହି ଭିଡିଓ ଭାଇରାଲ ପରେ ପ୍ରଦୀପ ମାଝୀ ହିଂସାକୁ ଉସୁକାଉଛନ୍ତି ବୋଲି ଅଭିଯୋଗ ହୋଇଥିଲା।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories