ସରକାର ୧୦ଜନପଥରୁ ନୁହେଁ ଜନମତରୁ ଚାଲିବା ଉଚିତ୍‍

0

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କ ଏକ ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ନିକଟରେ କର୍ଣ୍ଣାଟକ ନିର୍ବାଚନକୁ ନେଇ ରାଜନୈତିକ ଚଳଚଞ୍ଚଳତା କଂଗ୍ରେସ ଓ ଜେଡିଏସ୍‍ ମେଣ୍ଟ ପରେ ରାଜ୍ୟରେ ସରକାର ଗଢାଯାଇଛି। ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ହଠାତ୍‍ ଦିଲ୍ଲୀ ଗସ୍ତ ଓ ଯିବା ପୂର୍ବରୁ ତାଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। କର୍ଣ୍ଣାଟକବାସୀଙ୍କୁ ଜେଡିଏସ ପକ୍ଷରୁ ବହୁମତ ଦେବାକୁ ନିବେଦନ କରାଯାଇ ଥିଲା। ତେବେ ଜେଡିଏସକୁ ସେହି ଅନୁପାତରେ କର୍ଣ୍ଣାଟକବାସୀ ଭୋଟ ଦେଇ ନାହାନ୍ତି। ଅପରପକ୍ଷରେ କର୍ଣ୍ଣାଟକରେ ଦ୍ୱିତୀୟ ସର୍ବାଧିକ ଦଳ ଭାବେ ବିଜୟୀ ହୋଇଥିବା କଂଗ୍ରେସର ସମର୍ଥନ ଜେଡିଏସ ସେଠାରେ ସରକାର ଗଢିଛି। ଦିଲ୍ଲୀଗସ୍ତକୁ କେବଳ ଏକ ଔପଚାରିକତା ବୋଲି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହୁଥିଲେ ମଧ୍ୟ ଗଣମାଧ୍ୟରେ ତାଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। କର୍ଣ୍ଣାଟକବାସୀ ତାଙ୍କୁ ପ୍ରତ୍ୟାକ୍ଷାନ କରିଥିଲେ ମଧ୍ୟ କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ କରିଛି। ଏଭଳି କ୍ଷେତ୍ରରେ କର୍ଣ୍ଣାଟକବାସୀଙ୍କ ପ୍ରତି କୁମାରସ୍ୱାମୀଙ୍କ କୌଣସି ପ୍ରତିଶ୍ରୁତିବଦ୍ଧତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ମନ୍ତବ୍ୟ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ବିଜେପି ୟୁପିଏ ସରକାର ସହ ତୁଳନା କରିଛି। ପ୍ରାକ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନିଷ୍ପତ୍ତି ନେବା ପୂର୍ବରୁ ଯେପରି ୧୦ଜନପଥର ନିର୍ଦେଶକୁ ଅପେକ୍ଷା କରୁଥିଲେ କୁମାରସ୍ୱାମୀଙ୍କ ସରକାର ମଧ୍ୟ ଅନୁରୂପ ଢଙ୍ଗରେ କାର୍ଯ୍ୟକାଳ ତୁଲାଇବ ବୋଲି ବିଜେପି ଅଭିଯୋଗ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାଷଣରେ “ସରକାର ୧୦ଜନପଥରେ ନୁହେଁ ବରଂ ଜନମତରେ ଚାଲିବା ଉଚିତ’ବୋଲି ମନ୍ତବ୍ୟ ଦେବାର ୨୪ଘଣ୍ଟା ନପୂରୁଣୁ କୁମାରସ୍ୱାମୀଙ୍କ ଏଭଳି ମନ୍ତବ୍ୟ ବାସ୍ତବରେ ବିବାଦୀୟ ପାଲଟି ଯାଇଛି।

Leave A Reply