www.samajalive.in
Monday, December 15, 2025
26.1 C
Bhubaneswar

ନିଜେ ଗୁଳି ଖାଇବା ପରେ ସାଥୀ ଜବାନଙ୍କ ପାଇଁ ତିଆରି କଲେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍, ସମ୍ମାନିତ କଲା ସେନା

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀର ସୀମାରେ ଭାରତୀୟ ସେନାର ଯବାନମାନେ ପାକିସ୍ତାନ ସେନା ଏବଂ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଆସିଛନ୍ତି। ଅଧିକାଂଶ ସମୟରେ ଭାରତୀୟ ଯବାନମାନେ ଆତଙ୍କବାଦୀଙ୍କୁ ଗୁଳିରେ ସହିଦ ହେବାର ଖବର ମଧ୍ୟ ମିଳେ। ତେବେ ଆଉ ଭାରତୀୟ ଜବାନ ସୀମାରେ ଶତ୍ରୃପକ୍ଷ ଗୁଳିରେ ସହିଦ ହେବେନି କାରଣ ଭାରତୀୟ ଯବାନମାନଙ୍କୁ ମିଳିଛି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍। ଆଉ ଭାରତୀୟ ଜବାନଙ୍କ ପାଇଁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ତିଆରି କରିଛନ୍ତି ଭାରତୀୟ ସେନାର ଜଣେ ମେଜର। ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ବିକଶିତ କରିଥିବା ମେଜର ହେଉଛନ୍ତି ଅନୁପ ମିଶ୍ର।

ମେଜର ଅନୁପ ଭାରତୀୟ ସେନା‌ରେ କାର୍ୟ୍ୟରତ ଥିବା ସମୟରେ କାଶ୍ମୀର ଘାଟିରେ ଗୁଳିର ମଧ୍ୟ ଶିକାର ହୋଇଥିଲେ। ଏହାପରେ ସେ ନିଜର ସାଥୀ ଜବାନଙ୍କ ସୁରକ୍ଷା ପାଇଁ ଚିନ୍ତାକରିବା ସହ ଏହି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତୁତ କରିଛନ୍ତି। ଏହି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଶକ୍ତିଶାଳୀ ସ୍ନାଇପର ବୁଲେଟକୁ ପ୍ରତିରୋଧ କରିପାରିବ। ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନାର ସ୍ନାଇପରକୁ ମାତ୍ ଦେବା ପାଇଁ ମେଜର୍ ଅନୁପ ମିଶ୍ରଙ୍କ ଏହି ବୁଲେଟ୍ ପ୍ରୁଫ୍ ଜ୍ୟାକେ୍ଟ ଭାରତୀୟ ସେନା ପାଇଁ ରକ୍ଷା କବଚ ସାବ୍ୟସ୍ତ ହେବ। ମେଜର ଅନୁପଙ୍କ ଏହି ବୁଲେଟ୍ ପ୍ରୁଫ୍ ଜ୍ୟାକେଟର ନାମ ‘ସର୍ବତ୍ର’ ରଖାଯାଇଛି। ଏହି ଜ୍ୟାକେଟଟି ଏତେ ସୁରକ୍ଷିତ ଯେ ସ୍ନାଇପର ରାଇଫଲରୁ ଆସୁଥିବା ଶକ୍ତଶାଳୀ ଗୁଳି ମଧ୍ୟ ଏହାକୁ ଭେଦ କରି ପାରିବ ନାହିଁ। ଫଳରେ ଗୁଳିମାଡ଼ ଖାଇଲେ ବି ଯବାନଙ୍କ ଜୀବନ ରକ୍ଷା ହୋଇଯିବ। ଏହାକୁ ବିକଶିତ କରିଥିବା ମେଜର ଅନୁପ ମିଶ୍ର କହିଛନ୍ତି ‘ସର୍ବତ୍ର’ ହେଉଛି ଏକ ଲେବଲ-୪ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ । ପୁନେର କଲେଜ ଅଫ୍‌ ଇଞ୍ଜିନିୟରିଂଠାରେ ଏହାକୁ ବିକଶିତ କରାଯାଇଛି।

- Advertisement -

ମେଜର ଅନୁପ ମିଶ୍ରଙ୍କ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍ , ‘ସର୍ବତ୍ର’ ପାଇଁ ସେନାମୁଖ୍ୟ ବିପିନ୍‌ ରାୱତ ତାଙ୍କୁ ଆର୍ମି ଡିଜାଇନ୍‌ ବ୍ୟୁରୋ ଏକ୍ସିଲେନ୍ସ ସମ୍ମାନରେ ସମ୍ମାନୀତ କରିଛନ୍ତି। ବିଗତ କିଛି ମାସ ଧରି ନିୟନ୍ତ୍ରଣ ରେଖା ନିକଟରେ ଭାରତ ଏବଂ ପାକିସ୍ତାନ ବାରମ୍ବାର ମୁହାଁମୁହିଁ ହେଉଥିବା ବେଳେ ବହୁ ଯବାନ ସହିଦ ହୋଇଛନ୍ତି। ତେଣୁ ଏଭଳି ବୁଲେଟ୍‌ ପ୍ରୁଫ ଜ୍ୟାକେଟ୍‌ ଆଗାମୀ ଦିନରେ ସେନାର ଯବାନଙ୍କୁ ସ୍ନାଇପର ରାଇଫଲଠାରୁ ସୁରକ୍ଷା ପ୍ରଦାନ କରିବ ବୋଲି ଆଶା କରାଯାଉଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories