www.samajalive.in
Sunday, December 14, 2025
26.1 C
Bhubaneswar

ଆଖଣ୍ଡଳମଣିଙ୍କ ମନ୍ଦିରରେ ସୂର୍ଯ୍ୟପରାଗ ନୀତିକାନ୍ତି ଚୂଡାନ୍ତ

ଆରଡି : ଆସନ୍ତା ଗୁରୁବାର ସୂର୍ଯ୍ୟପରାଗ ପାଇଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ସମସ୍ତ ନୀତିକାନ୍ତି ଚୂଡାନ୍ତ ହୋଇଛି। ବୁଧବାର ପାକତ୍ୟାଗ ରାତ୍ର ୮ଟା ୧୯ରୁ ଆରମ୍ଭ ହେଉଥିବାରୁ ତାହାକୁ ଦୃଷ୍ଟିରେ ରଖି ମନ୍ଦିରରେ ସଅଳ ନୀତିକାନ୍ତି କରାଯିବା ପାଇଁ ଉଭୟ ସେବାୟତ ଓ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୨୬ ତାରିଖ ଅର୍ଥାତ ଗୁରୁବାର ପରାଗର ସର୍ବମୋକ୍ଷ ପର୍ଯ୍ୟନ୍ତ ଅର୍ଥାତ ସକାଳ ୧୧ଟା ୨୦ ପର୍ଯ୍ୟନ୍ତ ମଣିବାବାଙ୍କ ସମସ୍ତ ନୀତିକାନ୍ତି ସହ ଦର୍ଶନ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ମନ୍ଦିରର ଶହଶହ ବର୍ଷର ପରମ୍ପରା ଅନୁଯାୟୀ ସୂର୍ଯ୍ୟପରାଗ ଓ ଚନ୍ଦ୍ର ଗ୍ରହଣରେ ପାକତ୍ୟାଗ ଠାରୁ ଗ୍ରହଣ ସର୍ବମୋକ୍ଷ ପର୍ଯ୍ୟନ୍ତ ମଣିବାବାଙ୍କର ସମସ୍ତ ନୀତିକାନ୍ତି ସହ ଦର୍ଶନ ବନ୍ଦ ରହିଥାଏ। ଚଳିତ ସୂର୍ଯ୍ୟ ପରାଗର ଖଣ୍ଡଗ୍ରାସ ଯୋଗୁ ବୁଧବାର ୮ଟା ୧୫ମିନଟରୁ ଗୁରୁବାର ସକାଳ ୧୧ଟା ୩୦ମିନିଟ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହୁଥିବାରୁ ସର୍ବସାଧାରଣ ଦର୍ଶନ ଓ ସେବାପୂଜା ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସୂର୍ଯ୍ୟ ପରାଗ ସମୟ ନିର୍ଘଣ୍ଟ

ବୁଧବାର ଭୋର ୪ଟା- ଦ୍ୱାରଫିଟା

- Advertisement -

ସକାଳ ୫ଟା- ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣ ଲାଗି

ସକାଳ ୯ଟା- ପଅଡଖିଆ ଅନ୍ନ ନୀତି

ଦିବା ୧ଟା- ଯୋଗୀବେଶ, ବଡନୀତି

ଦିବା ୨ଟା- ଅବକାଶ(ଶୟନ) ନୀତି

ଅପରାହ୍ଣ ୪ଟା- ବଡସିଂହାର ବେଶ

ସଂଧ୍ୟା ୫ଟା- ଷୋଡଶ ପୂଜା ସଂଧ୍ୟା ଆଳତୀ

ରାତ୍ର ୮ଟା- ବାଟୁଳା(ଦହିପଖାଳ)ନୀତି

ରାତ୍ର ୮ଟା ୧୫- ରାତ୍ର ପହୁଡ

ଗୁରୁବାର ସକାଳ ୧୧ଟା ୩୦- ଦ୍ୱାର ଫିଟା ଓ ମଙ୍ଗଳ ଆଳତୀ, ସର୍ବସାଧାରଣ ଦର୍ଶନ ଆରମ୍ଭ

 

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories