www.samajalive.in
Sunday, December 14, 2025
14.1 C
Bhubaneswar

୨୦୨୦ ପୌରନିର୍ବାଚନରେ ସହରାଞ୍ଚଳ ବିକାଶକୁ ପ୍ରାଥମିକତା ଦେବାକୁ ସହଭାଗୀ ବିକାଶ ମଞ୍ଚର ଦାବି

ଭୁବନେଶ୍ବର: ଆଗାମୀ ୨୦୨୦ରେ ଅନୁଷ୍ଠିତ ହେବ ପୌର ନିର୍ବାଚନ। ନିର୍ବାଚନର ଅବ୍ୟବହିତ ପୂର୍ବରୁ ପୌରାଞ୍ଚଳଗୁଡିକର ସମସ୍ୟା ଏବଂ ପୌରାଞ୍ଚଳଗୁଡିକର ସାମଗ୍ରିକ ବିକାଶ ପାଇଁ ସହଭାଗୀ ବିକାଶ ମଞ୍ଚ(ଏସଭିଏମ୍) ପକ୍ଷରୁ ଏକ ନାଗରିକ ଘୋଷଣା ପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ମଙ୍ଗଳବାର ଏସଭିଏମ୍ ଆବାହକ ସଚିକାନ୍ତ ପ୍ରଧାନଙ୍କ ଆବାହକତ୍ୱରେ ବୁଦ୍ଧମନ୍ଦିର ପରିସରରେ ଏ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ନାଗରିକ ଘୋଷଣା ପତ୍ରରେ ସହରାଞ୍ଚଳଗୁଡ଼ିକର ସାମଗ୍ରିକ ବିକାଶ ଏବଂ ସବୁବର୍ଗର ଲୋକଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ, ଗରିବ, ନିଃସହାୟ, ଶ୍ରମିକ, ବାସହୀନମାନଙ୍କ ପାଇଁ ସର୍ବନିମ୍ନ ଆବଶ୍ୟକତା, ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ, ଜୀବିକା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା, ୱାର୍ଡ଼ସ୍ତରରୁ ବିକାଶର କାର୍ୟ୍ୟଖସଡ଼ା, ଅର୍ଥ ବରାଦ ଏବଂ ତଦାରଖ ବ୍ୟବସ୍ଥା ଲାଗୁ କରିବା, ‘ଏରିଆ ସଭା’ ଏବଂ ‘ୱାର୍ଡ଼ ସଭା’ ଗଠନ ପାଇଁ ଦାବି ଉପସ୍ଥାପନ କରାଯାଇଛି। ୭୪ତମ ସମ୍ବିଧାନ ସଂଶୋଧନର ୧୨ତମ ଅନୁଚ୍ଛେଦ ଥିବା ସମସ୍ତ ୧୮ ଗୋଟି ବିଷୟକୁ ନଗର ପାଳିକାକୁ ହସ୍ତାନ୍ତର କରିବା, ୱାର୍ଡ଼ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରିବା ସହିତ ଏହାର ଗୁଣାତ୍ମକ ଦିଗ ପ୍ରତି ଦୃଷ୍ଟି ଦେବା, ବାସହୀନମାନଙ୍କ ପାଇଁ ଆବଶ୍ୟକ ଆଶ୍ରୟସ୍ଥଳୀ, ଶ୍ରମିକମାନଙ୍କ ପାଇଁ ଲେବର ଆଡ଼ା, ସ୍ୱତନ୍ତ୍ର ବସ୍ ଚଳାଚଳ, ସହରର ପ୍ରତି ଏକ କିଲୋମିଟର ବ୍ୟବଧାନରେ ଗୋଷ୍ଠୀ ଶୌଚାଳୟ ଏବଂ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରିବା, ସମସ୍ତ ବସ୍ତିବାସିନ୍ଦା, କିନ୍ନର, ଭିନ୍ନକ୍ଷମ, ଘରୋଇ ଶ୍ରମିକ, ଉଠାଦୋକାନୀମାନଙ୍କୁ ଜମି ଅଧିକାର ଏବଂ ଆର୍ଥିକ ସହାୟତା ପ୍ରଦାନ କରିବା, ସରକାରୀ ଯୋଜନା ପାଇଁ ହିତାଧିକାରୀ ଚୟନ ୱାର୍ଡ଼ ସଭା କିମ୍ବା ଏରିଆ ସଭା ଜରିଆରେ କରିବା, ପ୍ରତିମାସରେ ଅଭିଯୋଗ ଶୁଣାଣି ୱାର୍ଡ଼ସ୍ତରରେ କରାଯିବାକୁ ଦାବି କରାଯାଇଛି। ଏଥି ସହିତ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମମାନଙ୍କ ଭତ୍ତା ୫ ହଜାର ଟଙ୍କାକୁ ବୃଦ୍ଧି କରିବା ଏବଂ ସର୍ବନିମ୍ନ ମଜୁରୀ ୬୫୦ଟଙ୍କାକୁ ବୃଦ୍ଧି, ବିପର୍ୟ୍ୟୟ ମୁକାବିଲା ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବା ଏବଂ ସୁରକ୍ଷା ବ୍ୟବସ୍ଥା ଅଧିକ ଆଧୁନିକ ତଥା ସଶକ୍ତ କରିବା ବ୍ୟବସ୍ଥା କରିବା ପାଇଁ ଏହି ନାଗରିକ ଘୋଷଣା ପତ୍ରରେ ଉଲ୍ଲେଖ କରାଯାଇଛି।

- Advertisement -

ସହଭାଗୀ ବିକାଶ ମଞ୍ଚ ପକ୍ଷରୁ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ପୃଷ୍ଟି, ସିଏସ୍ଏଏନର ଅଧ୍ୟକ୍ଷ ଧୀରେନ୍ଦ୍ର ପଣ୍ଡା, ସୁବାସ ପଣ୍ଡା, ଉଷାରାଣୀ ବେହେରା, ସଂଯୁକ୍ତା ଦାସ, ଦେବବ୍ରତ ପାତ୍ର, ସଦାଶିବ ସ୍ୱାଇଁ, ମନୋଜ ସ୍ୱାଇଁ, ଧୀରେନ୍ଦ୍ର ସ୍ୱାଇଁ, ଅଖଣ୍ଡ, ଜ୍ୟୋତ୍ସ୍ନା ଦାସ ଏବଂ ବିଭିନ୍ନ ସାହି ବା ନାଗରିକ ଫୋରମର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ସିପାର ପ୍ରୋଜେକ୍ଟ ମ୍ୟାନେଜର ରୋଜାଲିନ ପଟ୍ଟନାୟକ କାର୍ୟ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଏବଂ ଭୁବନେଶ୍ୱର ବସ୍ତି ଉନ୍ନୟନ ପରିଷଦର ସଭାନେତ୍ରୀ ରଞ୍ଜୁଲତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories