www.samajalive.in
Saturday, December 13, 2025
27.1 C
Bhubaneswar

ସରକାରୀ ଯୋଜନାରୁ ବଞ୍ଚିତ କୁଚେଇଡିହ ବଣସାହି

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଜରକ ପଞ୍ଚାୟତରେ ରହିଛି ଏ​​କ ଏମିତି ଆଦିବାସୀ ଅଧ୍ୟୁଷିତ ଗ୍ରାମ ଯୋଉଁ ଗ୍ରାମରଲୋକେ ସରକାରୀ ସୁବିଦ୍ଧା ପାଇବରେ ବଞ୍ଚିତ ଥିବା ଦେଖିବାକୁ ମିଳିଛି। ଗରିବ ଆଦିବାସୀ ନାଁରେ ଯୋଜନା ପରେ ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାର କରୁଥିବାବେଳେ ଯୋଜନାରୁ ବଦ ପଡ଼ିଛନ୍ତି ଜରକ ପଞ୍ଚାୟତର ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ କୁଚେଇଡିହ ବଣସାହି। ସମସ୍ୟା ସମ୍ପର୍କରେ ସରକାରଙ୍କ ପ୍ରଶାସନ ଦାୟିତ୍ୱରେ ରହୁଥିବା ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ।

ଗାଁରେ ନା ଅଛି ବିଶୁଦ୍ଧ ପାନୀୟ ଜଳ ନା ଅଛି ଅଙ୍ଗନବାଡ଼ି କେନ୍ଦ୍ର ପାଣି ପାଇଁ ଚୁଆ ହିଁ ଭରଷା। ଏହି ଚୁଆ ପାଣି ବ୍ୟବହାର କରି ସାଧାରଣଲୋକେ ନାନା ରୋଗରେ ପଡୁଛନ୍ତି। ଶିକ୍ଷା ପାଇଁ ବାଧକ ସାଜିଛି ଦୁର୍ଗମ ଜଙ୍ଗଲ ରାସ୍ତା ଭାଲୁ, ବାରହା ଓ ହାତୀ ବିଚରଣ କରୁଥିବାରୁ ପିଲାଙ୍କ ଭୟ ରହିଛି। ସ୍ୱାସ୍ଥ୍ୟ କଥା ନକହିବା ଭଲ । ଗାଁକୁ ୧୦୮ ,୧୦୨ ଆମ୍ବୁଲାନ୍ସ ଯିବର ପ୍ରଶ୍ନ ଉଠୁନି। ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ କିମ୍ବା ଗର୍ଭବତୀଙ୍କ ଗର୍ଭଯନ୍ତ୍ରଣା ହେଲେ ୩କିଲୋମିଟର ଖଟିଆରେ ବୁହା ହୋଇ କୁଚେଇଡିହ ଗାଁକୁ ଆସିଥାନ୍ତି । ଆଜି ପର୍ଯ୍ୟନ୍ତ ବ୍ଲକ କିମ୍ବା ଜିଲ୍ଲା ପ୍ରଶାସନ ଶୁଭ ଦୃଷ୍ଟି ଏହି ଗ୍ରାମରେ ପଡ଼ିନଥିବା କଥା ଗ୍ରାମବାସୀ ମାନେ ଅତି ଦୁଃଖର ପ୍ରକାଶ କରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories